ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ, କାରଣ ଅସ୍ପଷ୍ଟ
ପୁରୀ : ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା ।
ସୂଚନା ଅନୁଯାୟୀ, ପୂଜକ ଚନ୍ଦ୍ରଶେଖର କୌଣସି କାରଣକୁ ନେଇ ଶ୍ରୀମନ୍ଦିରର ନୀଳଚକ୍ର ବାନା ଲାଗୁଥିବା ସ୍ଥାନ ପର୍ଯ୍ୟନ୍ତ ଚଢ଼ି ବୁଲାବୁଲି କରୁଥିବା ବେଳେ ଚୂନରା ସେବକ ଦେଖିଥିଲେ । ପରେ ଏନେଇ ପୁଲିସଙ୍କୁ ଜଣାଇଥିଲେ । ଲିସ ଓ ଜେଟିପି ସଙ୍ଗେସଙ୍ଗେ ଶ୍ରୀମନ୍ଦିର ନିକଟରେ ପହଞ୍ଚି ପୂଜକ ଚନ୍ଦ୍ରଶେଖରଙ୍କୁ ତୁରନ୍ତ ଓହ୍ଲାଇବାକୁ କହିଥିଲେ । କିନ୍ତୁ ଚନ୍ଦ୍ରଶେଖର ପ୍ରଥମେ କାହାରି କଥା ଶୁଣି ନ ଥିଲେ। ବାରମ୍ବାର କହିବା ପରେ ଦକ୍ଷିଣ ଘର ଛାତ ଦେଇ ପୂଜକ ଜଣକ ତଳକୁ ଓହ୍ଲାଇଥିବା ଜଣାପଡ଼ିଛି । ତେବେ ସେ କେଉଁ ଉଦ୍ଦେଶ୍ୟ ନେଇ ନୀଳଚକ୍ର ପର୍ଯ୍ୟନ୍ତ ଚଢ଼ି ଯାଇଥିଲେ, ସେ ବାବଦରେ ଜଣାପଡ଼ି ନାହିଁ। ସିଂହଦ୍ୱାର ଥାନା ପୁଲିସ ଚନ୍ଦ୍ରଶେଖରଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।
