ମୟୂରଭଂଜ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ସମସ୍ତ ଧର୍ମର ମୂଳମନ୍ତ୍ର ସତ୍ୟ, ଅହିଂସା ଓ ଶାନ୍ତି ହିଁ ଗାନ୍ଧିଜୀଙ୍କ ଜୀବନାଦର୍ଶ
ବାରିପଦା : ଆଜି ବାରିପଦା ଠାରେ ମୟୂରଭଂଜ ଜିଲ୍ଲା ପ୍ରସାଶନ ଓ ବାରିପଦା ପୌରପରିଷଦ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରେ ରାମଧୁନ ପ୍ରଚାର ସହ ସକାଳ ୮.୩୦ ମିନିଟ ସମୟରେ ଗାନ୍ଧୀ ପାର୍କ ପରିସରରେ ଏକ ସାମୁହିକ ମାଲ୍ୟାର୍ପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୟୁରଭଂଜ ଜିଲ୍ଲପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଷ ଦ୍ୟାନଦେଓ ଖିଲାରୀ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ମୟୁରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଡା. ଦେବାଶିଷ ମାର୍ଣ୍ଡି, ବାରିପଦା ପୌର ପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡର ପାରିଷଦବୃନ୍ଦ, ବିଭିନ୍ନ ସରକାରୀ ପଦାଧିକାରୀ, ଶିକ୍ଷାନୁଷ୍ଠାନର ମୁଖ୍ୟ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଧର୍ମ ପ୍ରଚାଚକ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଗାନ୍ଧୀ ପାର୍କ ପରିସରରେ ଅବସ୍ଥାପିତ ମହାତ୍ମା ଗାନ୍ଧୀ, କସ୍ତୁରବା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଏହାପରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭାରେ ଡଃ ଭାଗବତ ପଣ୍ଡା, ଗୁରୁ ହରି ଚରଣ ସିଂ ଓ ରେବ ସ୍ନେହବାନ ଲିମ୍ବା ପବିତ୍ର ଗ୍ରନ୍ଥ ଗୀତା, ଗୁରୁ ଗ୍ରନ୍ଥ ସାହେବ ଏବଂ ବାଇବେଲ ର କିୟଦଂଶ ପାଠ କରି ସମସ୍ତ ଧର୍ମ ର ମୂଳ ମନ୍ତ୍ର ସତ୍ୟ, ଅହିଂସା ଓ ଶାନ୍ତି ଅଟେ ଏବଂ ଏହାହିଁ ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସର ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ଜିଲ୍ଲପାଳ ତଥା ଉପସ୍ଥିତ ଅତିଥିଗଣ ପୁରସ୍କାର ବିତରଣ କରି ଥିବା ବେଳେ, ସ୍ଥାନୀୟ ପୂର୍ଣ୍ଣ ଚନ୍ଦ୍ରପୁର ବିଦ୍ୟାଳୟ ଏବଂ ଜିଲ୍ଲା କ୍ରୀଡା ଛାତ୍ରାବାସର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । ପରେପରେ ଗାନ୍ଧୀ ପାର୍କ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ କରକମଳରେ ସ୍ୱାଧୀନତା ର ୭୫ ବର୍ଷ ପୂର୍ତିରେ ବୃକ୍ଷ ରୋପଣ କରାଯାଇଥିଲା । ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସନ୍ଧ୍ୟାରେ ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ଏକ ବର୍ଣ୍ଣକ୍ଷଢ୍ୟ ପରିବେଶରେ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ଗାନ୍ଧୀଜୀଙ୍କ ଅତି ପ୍ରିୟ ଆଶ୍ରମ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ, ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ସିଂହ ଏବଂ ତାଙ୍କ ଟିମ ଭଜନ ପରିବେଷଣ କରିଥିଲେ ।
