ଚୋରା ଚାଲାଣ ବେଳେ ଧରାପଡ଼ିଲା ୩ କେଜିରୁ ଊର୍ଦ୍ଧ୍ୱ ସୁନା ଓ ୧୮୦ କେଜି ରୁପା, ୪ ଅଟକ
ବ୍ରହ୍ମପୁର: ଏକ ବଡ଼ ଧରଣର ସୁନା ସ୍ମଗଲର ରାକେଟକୁ ମାଡ଼ି ବସିଛି ବ୍ରହ୍ମପୁର ପୋଲିସ। ଏହା ସହିତ ବହୁ ପରିମାଣର ସୂନା ଓ ରୂପ ଜବତ କରିଛି। ବ୍ରହ୍ମପୁର ଏସପି ଡାକ୍ତର ସର୍ବଣା ବିବେକ ତାମିଲନାଡ଼ୁରୁ ବ୍ରହ୍ମପୁରକୁ ଆସୁଥିବା ଏକ କାରରେ ବିପୁଳ ପରିମାଣରେ ସୂନା ଓ ରୂପ ଥିବା ଖବର ପାଇଥିଲେ। ଏହି ଖବରକୁ ଆଧାର କରି ଏସପି ତାଙ୍କର ଗୁଇନ୍ଦା ପୋଲିସକୁ ନିୟୋଜିତ କରି ଚଢାଉ କରିଥିଲେ। ତେବେ ଏହି ବିପୁଳ ପରିମାଣର ସୁନାରୂପା କିପରି ଏବଂ କେଉଁଠୁ, କେଉଁ ଉପାୟରେ କେତେ ଦିନ ହେବ ସ୍ମଗଲିଂ ଚାଲିଥିଲା ଏହାକୁ ଜାଣିବା ପାଇଁ ଏହାର ବିଶ୍ଲେଷଣ କରିବା।
ରବିବାର ଭୋର ସମୟରେ ଓଡ଼ିଶା ସୀମାକୁ ପ୍ରବେଶ କରିଥିଲା ଏହି ସୁନାରୂପା ଚାଲାଣ କରୁଥିବା ରାକେଟ। ଆଗରୁ ସଜାଗ ରହିଥିବା ବ୍ରହ୍ମପୁରର ଗୁଇନ୍ଦା ପୋଲିସ ଏହି କାରକୁ ପିଛା କରିଥିଲା। ୬୦ ନମ୍ବର ଜାତୀୟ ରାଜପଥର ଗିରିସୋଳା ଗେଟ ଠାରୁ ଗୋଳନ୍ଥରା ଥାନା ପର୍ଯ୍ୟନ୍ତ ବ୍ରହ୍ମପୁର ପୋଲିସ ଏହି ରାକେଟକୁ ଧରିବା ପାଇଁ ପୁରା ସଜାଗ ରହିଥିଲା। କିନ୍ତୁ ଏହି ଗେଟ ପାଖରେ ଆଗରୁ ସଜାଗ ହୋଇ ରହିଥିବା ଏହି ଗୁଇନ୍ଦା ପୋଲିସ କାର ନମ୍ବର KA01MR1545କୁ ପିଛା କରିଥିଲା ଏବଂ ଯେତେବେଳେ ପୋଲିସ ଏମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଏମାନେ ବିଭିନ୍ନ ପ୍ରକାର ବାହାନାବାଜିର ସୁଯୋଗ ଆପଣେଇବାକୁ ଚେଷ୍ଟା କରିଥିଲେ। ଏହି ସୁଯୋଗର ଫାଇଦା ନେଇ ଖସିଯିବାକୁ ଚେଷ୍ଟା କରିଥିଲେ।
ଆଗରୁ ସୂଚନା ପାଇଥିବା ଗୁଇନ୍ଦା ବିଭାଗ କିଛି ସମୟ ପାଇଁ ଦ୍ୱନ୍ଦ୍ୱରେ ରହିଥିଲା। ଏବଂ ପରେ ପୁଣି ବୁଦ୍ଧି ଖଟାଇ କାରଟିର ପୂର୍ଣ୍ଣ ଯାଞ୍ଚ କରିବା ପାଇଁ ଗାଡ଼ିଟିକୁ ଅଟକାଇଥିଲେ। ଖାନତଲାସ କରିବା ପରେ ଗାଡ଼ିର ଡିକି ଭିତରେ ଘୋଡ଼ା ହୋଇ ରହିଥିବା ସାମଗ୍ରୀକୁ ଯାଞ୍ଚ କରାଯାଥିଲା। ସୂଚନା ଅଆଧାରରେ ମିଳିଥିବା ଖବର ଅନୁଯାୟୀ କାର ମଧ୍ୟରେ ପ୍ରାୟ ତିନି କିଲୋ ୭୦୦ ଗ୍ରାମ ଓଜନର ସୂନା ଓ ୧୮୦ କିଲୋ ରୂପାକୁ ପୋଲିସ ଜବତ କରିଥିଲା। ଏବଂ ଚାଲାକିରେ ଖସି ଯିବାକୁ ବସିଥିବା ଗାଡ଼ି ଚାଳକ ସମେତ ୪ ଜଣ ସୁନାରୂପା ରାକେଟକୁ ନିଜ ଅକ୍ତିଆରକୁ ନେଇଥିଲା।
ଏହାପରେ ସମସ୍ତ ୪ ଜଣକୁ ଥାନାକୁ ଆଣି ଜିଏସଟି ଓ ଆୟକର ବିଭାଗକୁ ପୋଲିସ ଯୋଗାଯୋଗ କରିଥିଲା। ଜିଏସଟି ଓ ଆୟକର ବିଭାଗର ଅଧିକାରୀମାନଙ୍କର ଯାଞ୍ଚ ପରେ ଏହି ଘଟଣା ସବିଶେଷ ତଥ୍ୟ ପଦାକୁ ଆସିବ। ତେବେ ଏହି ସୁନାରୂପା ଚୋରା ଚାଲାଣ କାହିଁକି ଓ କିପରି ହେଉଛି ଏହାର ଚାଞ୍ଚଲ୍ୟକର ତଥ୍ୟ ଆସନ୍ତୁ ଜାଣିବା।
ସୁନା ରୂପାର କିଣାବିକାରେ ଜିଏସଟି ଓ ଆୟକରକୁ ଫାଙ୍କି ରାକେଟମାନେ ଅନେକ ସୁନା ଦୋକାନକୁ ଏହା ବିକ୍ରି କରିଥାନ୍ତି। ବିଶେଷ ସୂଚନାରୁ ଜଣାପଡ଼ିଛି ଯେ ସୁନା ଦୋକାନୀମାନେ ଏହାକୁ ଅଳଙ୍କାରରେ ପରିବର୍ତ୍ତନ କିର ବିଭିନ୍ନ ଲାଇସେନ୍ସ ପ୍ରାପ୍ତ ଲାବୋରୋଟୋରିରେ ଏହାରି ବିଏସଆଇ ମୋହର ମାରି ଏହାକୁ ଲୋକମାନଙ୍କୁ ବିକିଥାନ୍ତି। ଯେଉଁଥିରେ ଏହି ଅସାଧୁ ବ୍ୟବସାୟୀମାନେ ସରକାରଙ୍କ ଟ୍ୟାକ୍ସ ଫାଙ୍କି କୋଟି କୋଟି ଟଙ୍କା ଆୟ କରିଥାନ୍ତି। ସୁତରାଂ ଏହି ଭଳି ଘଟଣା ବାରମ୍ବାର ଅନେକ ସମୟରେ ଦେଖିବାକୁ ମିଳୁଛି। ହେଲେ ଏମାନେ ନିଜର ବୁଦ୍ଧି ପ୍ରୟୋଗ କରି ପ୍ରଶାସନିକ ଯାଞ୍ଚ ବ୍ୟବସ୍ଥାରୁ ଖସି ପଳାଇ ଯାଇଥାନ୍ତି। ତେଣୁ ଏହି ବ୍ୟବସ୍ଥା ଉପରେ ସରକାରଙ୍କର ଏକ ସ୍ପେଶାଲ ସ୍କ୍ୱାର୍ଡ ଏହା ଉପରେ ନଜର ରଖିଲେ ଏହିଭଳି ସ୍କାମ ବିଶେଷ ଭାବରେ ରୋକ ଲଗାଇବେର ସଫଳ ହୁଅନ୍ତା।
