ଏଣିକି ବିହାରରେ ମଦ ପିଇ ଧରା ପଡ଼ିଲେ ଘର ଆଗରେ ଲାଗିବ ପୋଷ୍ଟର
ପାଟଣା: ବିହାରର ନୀତିଶ ସରକାର ଲୋକଙ୍କୁ ମଦ ପିଇବାରୁ ରୋକିବା ପାଇଁ ପ୍ରତିଦିନ ନୂଆ ନୂଆ ପନ୍ଥା ଆପଣାଉଛନ୍ତି। ଏହି କ୍ରମରେ ଯଦି ପ୍ରଥମଥର ପାଇଁ କାହାକୁ ମଦ ପିଇବା ଅବସ୍ଥାରେ ଧରାଯାଏ ତେବେ ତା’ ଘର ଆଗରେ ପୋଷ୍ଟର ମରାଯିବ । ଏଥିରେ ବ୍ୟକ୍ତି ଜଣକ ମଦ ପିଇବାର ଅପରାଧ କରିଥିବା ଉଲ୍ଲେଖ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । କେବଳ ଏତିକି ନୁହେଁ ଘର ଲୋକଙ୍କଠାରୁ ଲୁଚି ମଦ ପିଉଥିବା ଲୋକଙ୍କ ଘର ସମ୍ମୁଖରେ ମଧ୍ୟ ପୋଷ୍ଟର ଲଗାଯିବ ।
ସୂଚନାଯୋଗ୍ୟ, ମଦମୁକ୍ତ ବିହାରରେ ପୂର୍ବରୁ ମଦ ପିଇବା ସମୟରେ ପ୍ରଥମଥର ଧରାପଡ଼ିଲେ ଜୋରିମାନା ଆଦାୟ କରି ଛାଡ଼ି ଦିଆଯାଉଥିଲା । କିନ୍ତୁ ଏବେ ଜୋରିମାନା ସହ ପୋଷ୍ଟର ମଧ୍ୟ ଲଗାଯିବ । ଏଥିସହିତ ଦ୍ୱିତୀୟଥର ପାଇଁ ମଦ ପିଇ ଧରାପଡ଼ିଲେ ବର୍ଷକ ପାଇଁ ଜେଲ ଦଣ୍ଡ ମିଳିବ ବୋଲି ପୋଷ୍ଟରରେ ଲେଖାଯାଇଛି ।
