ଛାତ୍ରଛାତ୍ରୀଙ୍କ ମନରେ ପ୍ରତିଦ୍ୱନ୍ଦୀ ମନୋଭାବ ସୃଷ୍ଟି କରିବାର ଅଭିନବ ପ୍ରୟାସ
ବାରିପଦା : ସାଧାରଣତଃ ବିଦ୍ୟାଳୟ ମାନଙ୍କରେ ଗୋଟିଏ ଶିକ୍ଷା ବର୍ଷରେ ଥରେ ବାର୍ଷିକ ଉତ୍ସବ ପାଳନ କରାଯାଏ ମାତ୍ର ୧୬ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁର୍ଗାପୂଜା ଛୁଟି ପୂର୍ବରୁ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଛି ଓ ତିନିଦିନ ଧରି ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତାକୁ ମାପିବା ପାଇଁ ବେସ ଲାଇନ ପରୀକ୍ଷା ସରିବା ପରେ ଆଜି ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଛି ଓ ଚିତ୍ରାଙ୍କନ, ସ୍କିପିଙ୍ଗ, ଚେସ, କେରମର କୃତୀ ପ୍ରତିଯୋଗୀଙ୍କ ସହ ଶ୍ରେଷ୍ଠ ଶୃଙ୍ଖଳିତ ଓ ନେତୃତ୍ୱ ନେଉଥିବା ମୋଟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ଓ ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ଏକ ପ୍ରତିଯୋଗୀ ମନୋଭାବ ସୃଷ୍ଟି ହେବ ବୋଲି ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଆଶାବାଦୀ ଅଛନ୍ତି ଓ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରିଣୀ ପ୍ରଭାତୀ ପଟ୍ଟନାୟକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଚୁମୁକି ବେହେରା ଉପସ୍ଥିତ ରହି ପୁରସ୍କାର ବିତରଣ କରିବା ସହ ବିଦ୍ୟାଳୟର ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି ଓ ପରବର୍ତୀ ସମୟରେ ମାସକୁ ଥରେ ଏବଂ ଶିକ୍ଷାବର୍ଷ ଶେଷରେ ବାର୍ଷିକ ଉତ୍ସବ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରାଯିବ ବୋଲି ପ୍ରଧାନ ଶିକ୍ଷକ ଜଣାଇଛନ୍ତି ଓ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କ୍ରୀଡା ଶିକ୍ଷକ ଅଭିଷେକ ବେହେରା, କଳା ଶିକ୍ଷକ ମହେଶ୍ୱର ମାରାଣ୍ଡି, ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ସୌମ୍ୟ ଦାଶ, ସୁମିତ୍ରା ରାଉତ, ସାଗରୀକା ପାତ୍ର, ମମତା ଦାସ, ଉର୍ମିଳା ଦତ, ଗାର୍ଗୀ ଶତପଥି ତଥା ୱାର୍ଡେନ ସରୋଜ କୁମାର ସାବତ ସହଯୋଗ କରିଥିଲେ ଓ ଶିକ୍ଷକ ଗଣେଶ ବେହେରା ମଂଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ଓ
