୫୦ ହଜାର ଟଙ୍କା ଲାଂଚ ନେଇ ଏସିଏସଓ ଗିରଫ
କଟକ : ଜନୈକ ଚାଉଳ କଳ ମାଲିକଙ୍କୁ ଅନୁକମ୍ପା ଅନୁଗ୍ରହ ଦେଖାଇବା ପାଇଁ ୫୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ସିଭିଲ ସପ୍ଲାଏ ଅଫିସର ବିଷ୍ଣୁଚରଣ ପରିଡା । ବିଭାଗୀୟ ଅଧିକାରୀମାନେ ସେ ଗ୍ରହଣ କରିଥିବା ୫୦ ହଜାର ଲାଂଚ ଟଙ୍କାକୁ ସାକ୍ଷୀମାନଙ୍କ ଉପସ୍ଥିତିରେ ଜବତ କରିଥିବା ବେଳେ ତାଙ୍କର ଆୟ ବହିର୍ଭୂତ ସଂପତି ଠୁଳ ଉପରେ ଖୋଳତାଡ କରୁଛନ୍ତି । ତେବେ ତାଙ୍କର ଭୁବନେଶ୍ୱରସ୍ଥିତ ଭୋଇନଗର ୨ଆରବି/୩ ଘରେ ଚଢଉ କରି ନଗଦ ୭ ଲକ୍ଷ ୪୦ ହଜାର ଟଙ୍କା ଓ ୨୫୦ ଗ୍ରାମ୍ ଓଜନର ସୁନା ଅଳଙ୍କାର ଜବତ କରିଛନ୍ତି । ତାଙ୍କର ବିଭିନ୍ନ ସ୍ଥାବର ଓ ଅସ୍ଥାବର ସଂପତିର ମୂଲ୍ୟାୟନ କରାଯାଉଥିବା ସୂଚନା ମଳିଛି ।
