ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ : ଆଲୁମିନାଇ କମିଟିର ପ୍ରସ୍ତୁତି ଆରମ୍ଭ
ନବରଙ୍ଗପୁର : ଆଲୁମିନାଇ କମିଟିର ପୂର୍ଣ୍ଣାଙ୍ଗ କମିଟି ଓ ସବ୍ କମିଟି ଗଠନ ପରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଗଣେଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ୨୫ ତାରିଖ ଦିନ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପାଇଁ ସର୍ବସମ୍ମତି କ୍ରମେ ଗଠନ କରାଯାଇଥିବା ବିଭିନ୍ନ କମିଟି ଓ ଏହାର କୋଡ଼ିନେଟର ଓ କୋ କୋଡ଼ିନେଟରଙ୍କ ନାମ ପ୍ରକାଶ କରି ସାର୍ବଜନୀନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି କ୍ରମରେ ଅଭ୍ୟର୍ଥନା କମିଟିରେ ଅମିତାଭ ତ୍ରୀପାଠୀ, ବିଧୁ ଶେଖର ତ୍ରିପାଠୀ, ସାଂସ୍କୃତିକ କମିଟି ରେ ସୁରେଶ ମହାନ୍ତି ଓ ୱାଇ ଭେଙ୍କେଟେଶ୍ୱରି , କ୍ରୀଡା କମିଟିରେ ପ୍ରହଲ୍ଲାଦ ତ୍ରୀପାଠୀ, ସରୋଜ ପଟ୍ଟନାୟକ, ଲୋକ ସମ୍ପର୍କ ଓ ମିଡିଆ ମେନେଜ୍ ମେଣ୍ଟ କମିଟି ରେ କିଶୋର ପଟ୍ଟନାୟକ, ସାହିତ୍ୟ ଓ ସ୍ମରଣିକା କମିଟିରେ ଅଶୋକ ପଟ୍ଟନାୟକ, ଦିଲ୍ଲୀପ ହୋତା, ଷ୍ଟେଜ କମିଟିରେ ସିମାଂଚଳ ରଥ, ମୃତୁଞ୍ଜୟ ଦାସ, ଅତିଥି ଯୋଗାଯୋଗ କମିଟି ରେ ଦିଲୁ ପଣ୍ଡା, କାହ୍ନୁ ଦାସ, ଅର୍ଥ କମିଟି ରେ ତାପସ ତ୍ରୀପାଠୀ, ସରୋଜ ପାତ୍ର, ଶୋଭା ଯାତ୍ରା କମିଟିରେ କାହ୍ନୁ ଦାସ, ଏନ୍ ଆର୍ ଏନ କମିଟିରେ ସାନମୁଗା ପାତ୍ର ଏବଂ ଖାଦ୍ୟ କମିଟିରେ ମନୋହର ରନ୍ଧାରି, ମନୋଜ ପାଢ଼ୀ ପ୍ରମୁଖ ରହିଛନ୍ତି । ଏହା ବ୍ୟତୀତ ସ୍ୱର୍ଣ୍ଣ ଜୟନ୍ତୀ ପାଳନର ତାରିଖ ନିର୍ଦ୍ଧାରଣ କରିବା ଓ ଅତିଥି ମାନଙ୍କୁ ଯୋଗାଯୋଗ କରିବା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଖୁବ୍ କମ୍ ଦିନରେ ସ୍ୱର୍ଣ୍ଣ ଜୟନ୍ତୀ ପାଳନ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ପରେ ନାଟକ, ସଙ୍ଗୀତ ବିଚିତ୍ରା, ଯନ୍ତ୍ର ସଙ୍ଗୀତ, ନାଚ, ଖେଳ କୁଦ ଏଭଳି ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବ । ଏହି ସବୁ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସଭାପତିଙ୍କ ସମେତ ଉପ ସଭାପତି ୱାଈ ପ୍ରଭାକର ପାତ୍ର, ଅଜିତ ପାତ୍ର, ସମ୍ପାଦକ ସଙ୍ଗୀତା ତ୍ରୀପାଠୀ ଏବଂ କୋଷାଧ୍ୟକ୍ଷ ଦୁର୍ଗା ପାଢ଼ୀ ଆହ୍ୱାନ ଜଣାଇଛନ୍ତି । ଏହି ସମସ୍ତ ପ୍ରତିଯୋଗିତା ଗୁଡିକ ପାଇଁ ଟାଉନ ହଲ୍ ଆଦି ସ୍ଥାନ ନିରୂପଣ କରାଯାଇଛି । ବର୍ତମାନ ଠାରୁ ଇଛୁକ ପ୍ରତିଯୋଗୀ ମାନେ ଅଭ୍ୟାସ ଆରମ୍ଭ କରିବା ଉଚିତ ବୋଲି ସହ ସଂପାଦକ ଦେବ ଦାସ ମହାଙ୍କୁଡ ମତ ବ୍ୟକ୍ତ କରିଛନ୍ତି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କମିଟିର ଆଇନ୍ ପରାମର୍ଶ ଦାତା ରାମ ପ୍ରସାଦ ପାତ୍ର, କାର୍ଯ୍ୟକାରୀଣି ସଦସ୍ୟା ସ୍ୱର୍ଣ୍ଣ ଲତା ପଟ୍ଟନାୟକ, ସଦସ୍ୟ କିଶୋର ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସୁରେଶ ମହାନ୍ତି ବାଲାଜୀ ସାହୁଙ୍କ ସମେତ ଶଭାଯାତ୍ରା କମିଟି କୋଡ଼ିନେଟର କାହ୍ନୁ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ସୁଚନା ଯୋଗ୍ୟ ଯେ ସୁବର୍ଣ୍ଣ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ କଲେଜ ପଡ଼ିଆ ଠାରେ ଅନୁଷ୍ଠିତ ହେବ । ଏହି ପଡ଼ିଆରେ ପକ୍କା ମଂଚ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଅଛି । ଜିଲ୍ଲାପାଳ ତଥା କମିଟିର ଅଧ୍ୟକ୍ଷ ଡ଼ କମଳ ଲୋଚନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମଂଚ ନିର୍ମାଣ ପାଈଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି
