ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ
ପୁରୀ : ରାଜଭବନରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ପୂର୍ବାହ୍ନରେ ବିଶିଷ୍ଟ କବି ମାନସ ରଞ୍ଜନ ମହାପାତ୍ରଙ୍କ ‘ଏନକାଉଁଟରିଙ୍ଗ ଟାଇମ୍’ ପୁସ୍ତକ ଉନ୍ମୋଚନ କରିଛନ୍ତି । ଭାରତର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଜିବନୀ ସମ୍ପର୍କରେ ଏହି ପୁସ୍ତକରେ ଆଲୋକପାତ କରାଯାଇଛି । ଲେଖକ ପୁରୀରେ ଜନ୍ମିତ ହୋଇ ଉତ୍କଳର ମାଟିର ସମ୍ମାନକୁ ସାରା ଭାରତରେ ପ୍ରସାର କରିଛନ୍ତି । ତିନି ଦଶନ୍ଧି ଧରି ସାଂସ୍କୃତିକ ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ । ନ୍ୟାସନାଲ ଗ୍ରୃପ ଟ୍ରଷ୍ଟର ଏଡ଼ିଟର ଥିଲେ । ୬ଟି କବିତା ପୁସ୍ତକ,୨ଟି କ୍ଷୁଦ୍ର ଗଳ୍ପ ଓ ୫୦ଟି ଅନୁବାଦ ଗଳ୍ପ ପ୍ରକାଶିତ ହୋଇଛି ।
