ନୀଳଗିରିରେ ଟାଟା ପାୱାରର ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ
ନୀଳଗିରି : ନୀଳଗିରି ଅଞ୍ଚଳର ବିଦ୍ୟୁତ୍ ଗ୍ରାହକମାନଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ଟାଟା ପାୱାର ଅଫିସ୍ ଉପରେ ନିର୍ଭର କରିଥାନ୍ତି । ଗ୍ରାହକମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ସେବା ଯୋଗାଣ ଦିଗରେ ଅନ୍ୟଏକ ପଦକ୍ଷେପ ସ୍ୱରୂପ ଉତ୍ତର ଓଡ଼ିଶା ଟାଟା ପାୱାର ପକ୍ଷରୁ ବୁଧବାର ପୂର୍ବାହ୍ନରେ ନୀଳଗିରି ପୋଲିସ ଷ୍ଟେସନ ନିକଟରେ ଉତ୍ତର ଓଡ଼ିଶାର ମୁଖ୍ୟ ଅଧିକାରୀ ତଥା ସିଇଓ ଭାସ୍କର ସରକାର ଅତ୍ୟାଧୁନିକ ଗ୍ରାହକ ସେବା କେନ୍ଦ୍ର (କଷ୍ଟମର କେୟାର୍ ସେଣ୍ଟର) ର ଶୁଭାରମ୍ଭ କରିଛନ୍ତି ।
ଚିଫ କମରସିଆଲ ଅଧିକାରୀ ଦୁଷ୍ୟନ୍ତ କେ. ତ୍ୟାଗୀଙ୍କ ସମେତ ଏସ୍ଇ ସିଦ୍ଧାର୍ଥ ଶଙ୍କର ରାୟ, ଏକ୍ଜିକ୍ୟୁଟିଭ ଇଂ. ଦେବାଶିଷ ପୁହାଣ, ନୀଳଗିରି ଏସ୍ଡ଼ିଓ ଦୀପ୍ତି ରଞ୍ଜନ ବିଶ୍ୱାଳ, କସଟମର କେୟାର ଚିଫ୍ ବିନୋଦ କୁମାର ଓ ରୋଜାଲିନ୍ ନାହକ, ବହୁ ଜିଲା ଓ ଉପଖଣ୍ଡ ଅଧିକାରୀ ଉପସ୍ଥିତ ଥିଲେ । ଏଠାରେ ନୂତନ ଗ୍ରାହକ ସେବା, ନୂତନ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ, ବିଲ୍ ପୈଠ, ହିତାଧିକାରୀଙ୍କ ଅଭିଯୋଗର ସମାଧାନ କରାଯିବ । ସେହିପରି ଏହି ସେବାକେନ୍ଦ୍ର ଗ୍ରାହକମାନଙ୍କ ବହୁ ଅଭାବ ପୂରଣ କରିପାରିବ ବୋଲି ଅଞ୍ଚଳବାସୀ ଆଶା କରିଛନ୍ତି ।
