ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଳାଣ୍ଟରୁ ଆମୋନିଆ ଗ୍ୟାସ୍ ଲିକ୍; ୨୮ ଆହତ
ବାଲେଶ୍ୱର : ବାଲେଶ୍ୱର ଜିଲା ଖନ୍ତାପଡ଼ା ଅଂଚଳରେ ଥିବା ଏକ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ୍ ଲିକ୍ । ଫଳରେ କାର୍ଯ୍ୟରତ ୨୮ ଜଣ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୨୧ ଜଣ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଥିବାବେଳେ ଗୁରୁତର ୭ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଳାଣ୍ଟରେ ଥିବା ସିଲିଣ୍ଡରରେ ଭଲ୍ବ ବଦଳିବା ସମୟରେ ହଠାତ୍ ସିଲିଣ୍ଡରରୁ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଉକ୍ତ ସମୟରେ ପ୍ଲାଣ୍ଟରେ କାର୍ଯ୍ୟରତ ଶତାଧିକ ମହିଳାଙ୍କ ମଧ୍ୟରୁ ୨୮ ଜଣ ସଜ୍ଞାହୀନ ହୋଇପଡ଼ିଥିଲେ । ପ୍ଲାଣ୍ଟର କର୍ମଚାରୀଙ୍କ ଦ୍ୱାରା ଗୁରୁତର ମହିଳାମାନଙ୍କୁ ଉଦ୍ଧାର କରାଯାଇ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ସେଥିମଧ୍ୟରୁ ୭ଜଣ ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଅନ୍ୟପକ୍ଷରେ କର୍ତ୍ତୃପକ୍ଷ ଏବଂ ପ୍ଲାଣ୍ଟର ମାଲିକ ହସ୍ପିଟାଲରେ ପହଞ୍ôଚ ଆହତମାନଙ୍କର ସମସ୍ତ ଚିକିତ୍ସା କାର୍ଯ୍ୟକୁ ତଦାରଖ କରୁଥିବାର ଜଣାପଡ଼ିଛି ।
