ଦିଲ୍ଲୀପ ସାରଙ୍କୁ ଶୁଭେଚ୍ଛା ଜଣାଇଲେ ପୁରାତନ ଛାତ୍ର
ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଆର.ଡି.ଏସ୍ ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷାବିଭାଗର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ପ୍ରମାଣିକଙ୍କୁ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତରଫରୁ ଶନିବାର ଦିନ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଭାବେ ମାନପତ୍ର ଏବଂ ରୈପ୍ୟପଦକ ପ୍ରଦାନ କରିଥିଲେ । ଏବଂ ଆର.ଡି.ଏସ୍ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ପ୍ରଦୀପ କୁମାର ଗିରିଙ୍କୁ ଶ୍ରେଷ୍ଠ ୟୁନିଟ ଟ୍ରଫି ପ୍ରଦାନ କରିଥିଲେ । ଅଧ୍ୟାପକ ଶ୍ରୀ ପ୍ରମାଣିକ ଓଡିଶା ଫେରିବା ପରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରେ ପୂରାତନ ଛାତ୍ରମାନଙ୍କ ତରଫରୁ ସ୍ୱାଗତ ସମ୍ୱର୍ଧନା ଦିଆଯାଇଥିଲା । ସାରଙ୍କ କଲେଜ, ଛାତ୍ରଛାତ୍ରଛାତ୍ରୀଙ୍କ ପ୍ରତି ଭଲପାଇବା ଏବଂ ସମାଜ ପ୍ରତି ଥିବା କର୍ତ୍ତବ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନେ ଆଲୋକପାତ କରଥିଲେ । ଏପରି ଏକ ମୂହୁର୍ତ୍ତକୁ ଛାତ୍ରଛାତ୍ରୀମାନେ ଆନନ୍ଦର ସହ ପାଳନ କରିଥିଲେ । ଏହି ଅବସରରେ ପୂରାତନ ଛାତ୍ର ସାନୁ କୁମାର ଶାସମଲ,ରାଜେନ୍ଦ୍ର ବେହେରା, ଚନ୍ଦନ କୁମାର ସାହୁ, ପ୍ରଫୁଲ୍ଲ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା,ସତ୍ୟବ୍ରତ ଦାଶ,ଯୋଗବନ୍ଧୁ ବେହେରାଙ୍କ ସମେତ ଅନେକ ଛାତ୍ର ଉପସ୍ଥିତ ରହି ସମ୍ୱର୍ଧନା ଉତ୍ସବରେ ଯୋଗଦାନ କରିଥିଲେ ।
