ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ୧୦୬ ତମ ଜନ୍ମ ଦିବସ
ଭୁବନେଶ୍ୱର : ସଂସାର ସାଗରର ଦୁଃଖ, ଦୈନ୍ୟ, ଆଦି ବ୍ୟାଧିଗ୍ରସ୍ତ ଅଶାନ୍ତ ଅସ୍ଥିର ମନୁଷ୍ୟର କ୍ଳେଶ ଲାଘବ କରିବା ପାଇଁ ପୂଜ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଆଜକୁ ୧୦୬ ବର୍ଷ ପୂର୍ବେ ୧୯୧୬ ମସିହା ସେପ୍ଟମ୍ବର ୨୪ ତାରିଖରେ ମାଙ୍ଗାଲୋର ଠାରେ ଜନ୍ମଗ୍ରହଣ କରିଥିଲେ । ସ୍ୱାମୀଜୀଙ୍କର ଏହି ଜନ୍ମଦିବସ ଶିବାନନ୍ଦ ସରସ୍ୱତୀ ଶତବାର୍ଷିକୀ ବାଳକ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ଦିବା ୧୦ଘଟିକା ସମୟରେ ସ୍ୱାମୀଜୀ ମହାରାଜାଙ୍କ ପାଦୁକା ପୂଜାସହ ଲକ୍ଷାର୍ଚ୍ଚନା ହୋଇଥିଲା । ଓ ପରେ ଏକ ସଭା ଆୟୋଜିତ ହୋଇଥିଲା । ଏହି ସଭାକୁ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ ପରିଚାଳନା କରିଥିଲେ ଓ ସ୍ୱାମୀ ଜଗନ୍ନାଥାନନ୍ଦ ଅତିଥି ପରିଚୟ ସହ ପ୍ରାରମ୍ଭିକ ଭାଷଣ ରଖିଥିଲେ । ଏହି ସଭାରେ ସମ୍ମାନିତ ଅତିଥିଭାବେ ରିଜର୍ଭବ୍ୟାଙ୍କର ଅବସରପ୍ରାପ୍ତ ରିଜିଓନାଲ ଡାଇରେକ୍ଟର ଶ୍ରୀତମ ରଞ୍ଜନ ଦାସ, ପ୍ରଶାସନିକ ଅଧିକାରୀ ପ୍ରସାନ୍ତ କୁମାର ପ୍ରଧାନ ଓ ୱାର୍କସ ବିଭାଗର ଯୁଗ୍ମସଚିବ ଶ୍ରୀ ମହେନ୍ଦ୍ର କୁମାର ପଣ୍ଡା ଓ ପ୍ରଫେସର ବିଶ୍ୱମୋହନ ପଟ୍ଟନାୟକ ଯୋଗଦେଇ ସ୍ୱାମିଜୀ ମହାରାଜଙ୍କ ଜୀବନୀ ଓ ଉପଦେଶାବଳୀ ସହ ଛାତ୍ର ଜୀବନରେ ଆଧ୍ୟାତ୍ମିକ ଶିକ୍ଷାର କିପରି ଆବଶ୍ୟକତା ରହିଛି ସେ ବିଷୟରେ ଉପସ୍ଥିତ ଛାତ୍ର, ଅଭିଭାବକ ଓ ଆଶ୍ରମ ବାସୀକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପସଭାପତି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସତ୍ୟେନ୍ଦ୍ର ନାରାୟଣ ତ୍ରୀପାଠୀ, ସ୍ୱାମୀ ପ୍ରଜ୍ଞାନନ୍ଦ ଛାତ୍ରମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ । ଶେଷରେ ଦିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
