ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ବୈଠକ
ବୈସିଙ୍ଗା : ବେତନଟୀ ବ୍ଳକ୍ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୧ମ ବାର୍ଷିକ ବୈଠକ ସ୍ଥାନୀୟ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଅଧ୍ୟକ୍ଷତା କରିଥିଲେ,ବରିଷ୍ଠ ସାମ୍ବାଦିକ ତଥା ସଭାପତି ହରିଶ ଚନ୍ଦ୍ର ନନ୍ଦ ଗୋସ୍ଵାମୀ। ସଭାରମ୍ଭ ରେ ସାଧାରଣ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି ପୂର୍ବବୈଠକର ବିବରଣୀ ପଠନ ତଥା ସଭାରେ ଉ6ଦ୍ଦଶ୍ଯ ଜ୍ଞାପନ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ପଡ଼େ।ଶୀ ବଡସାହି ବ୍ଲକର ସଭ।ପତି ରଣଜିତ କୁମାର ଦାସ, ସଂପାଦକ ସନ୍ତୋଷ କୁମାର ବେହେରା ଓ ଜୋନାଲ ସଂପାଦକ ରାଜେନ୍ଦ୍ର କୁମାର ଜେନା ଯୋଗଦେଇ ବ୍ଲକ ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ଦାବୀ ହାସଲ ନିମନ୍ତେ ସଂଗଠନର ଭୂମିକା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ସଂଘୀୟ ଏକତା, ସଂହତି, ସୌଭାତୃତ୍ଵ ରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ। ସଭାସ୍ଥଳରେ ପାଞ୍ଚଜଣଙ୍କୁ ନୂତନ ସଭ୍ୟ ଭାବେ ଗ୍ରହଣ କରାଯାଇଥିଲା। ସଭାରେ ୩୫ ଜଣ ସଭ୍ୟ ଯୋଗ ଦେବା ସହ ସର୍ବଶ୍ରୀ ଚୁଡାମଣି ମହାପାତ୍ର, ଭଗବାନ ବିଶ୍ଵାଳ, ବାସୁଦେବ ନାପିତ ,ହରେନ୍ଦ୍ରନାଥ ବାରିକ , ଯତୀନ୍ଦ୍ରନାଥ ସାହୁ, ରବିନ୍ଦ୍ରନାଥ ମିଶ୍ର, ସଂଜୟ କୁମାର ମିଶ୍ର, ରବିନ୍ଦ୍ରନାଥ ଖଟୁଆ, ଗଣେଶ ଚନ୍ଦ୍ର ସାହୁ, ଅଭୟ କୁମାର ରଣା ଆଦି ନିଜସ୍ଵ ସାଂଗଠନିକ ସମସ୍ୟା ଓ ଅଭିଜ୍ଞତା ସହ ସଂଘର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥିଲେ।ଆହୁରି ନୂତନ ସଭ୍ୟ/ସଭ୍ୟା ଗ୍ରହଣ ଆହ୍ଵାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ କମଳଲୋଚନ କର ଓ ଜଗନ୍ନାଥ ରାଜ ସହାୟତା କରିଥିଲେ।
ଶେଷରେ ଯୁଗ୍ମ ସଂପାଦକ ସହଦେବ ଗିରି ଧନ୍ୟବାଦ ଜ୍ଞାପନ କରିଥିଲେ।
