ସ୍ୱଚ୍ଛ ପକ୍ଷ ଅଭିଯାନ ଇକୋ ବ୍ୟାଗରେ ଆର୍ବଜନା ରଖ
ପୁରୀ : ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱଚ୍ଛ ପକ୍ଷ ସେପ୍ଟେମ୍ବର ୧୧ରୁ ୩୦ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ଉପଲକ୍ଷେ ପର୍ଯ୍ୟଟନ ସ୍ଥଳି ପୁରୀକୁ ସଫା ସୁତରା ରଖିବା ପାଇଁ ସଚେତନତା ବାର୍ତା ପ୍ରଦାନ କରିଛନ୍ତି । ଏକ ସ୍ୱଚ୍ଛତା ଟିମ ଗୁଣ୍ଡିଚା ମନ୍ଦିର ନିକଟରେ ସଫେଇ କରିବା ସହ ଦୋକାନିମାନଙ୍କୁ ସଚେତନତା କରିଥିଲେ । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ । ଭାରତ ପର୍ଯ୍ୟଟନ ମନ୍ତ୍ରାଳୟ ପର୍ଯ୍ୟଟକ ସୂଚନା ଅଧିକାରୀ ଜଗନ୍ନାଥ ବେହେରା କୁହନ୍ତି ପର୍ଯ୍ୟଟନ ସ୍ଥଳିକୁ ସଫା ସୁତରା ରଖିଲେ ପର୍ଯ୍ୟଟକ ଖୁସି ହେବେ । ଐତିହ୍ୟସ୍ଥଳି, ମନ୍ଦିର, ପର୍ଯ୍ୟଟନସ୍ଥଳ ଓ ବିଚ୍ ସଫା ରଖିବା ପାଇଁ ସଚେତନତାର ବାର୍ତା ପ୍ରଦାନ କରିଥିଲେ । ପରିବେଶ ସଫା ସୁତରା ରଖିଲେ ପର୍ଯ୍ୟଟନ ସ୍ଥଳି ସୁନ୍ଦର ଦେଖାଯିବ । ପୌରାଞ୍ଛଳରେ ଅଳିଆ ଆବର୍ଜନାକୁ ଇକୋ ବ୍ୟାଗରେ ରଖି ପୌରାସଂସ୍ଥାକୁ ହସ୍ତାନ୍ତର କରାଗଲେ ପରିବେଶରେ ସ୍ୱଚ୍ଛତା ଆଣିହେବ ବୋଲି ମତପ୍ରକାଶ ପାଇଥିଲା । ବଡ଼ଶଙ୍ଖ ବ୍ୟବସାୟ ପକ୍ଷରୁ ପ୍ରମୋଦ କୁମାର ଜେନା (ନାଲିଆ) ସମସ୍ତ ବ୍ୟବସାୟୀମାନେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନକରି କପଡ଼ା ବ୍ୟାଗ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ ।
