ରାଜ୍ୟରେ ୩ହଜାର ୭୮୮ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ
ଭୁବନେଶ୍ୱର : ରାଜ୍ୟରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୩ହଜାର ୭୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ,୨୭ ହଜାର ୭୫୯ ସାମ୍ପୁଲ୍ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୩୭୮୮ ଆକ୍ରାନ୍ତ । ଖୋର୍ଦ୍ଧାରେ ସର୍ବାଧିକ ୨,୧୩୮ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋରାପୁଟ ଜିଲାରେ ୩୫୯, ରାୟଗଡ଼ାରେ ୩୨୧, ମାଲକାନଗିରିରେ ୨୩୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦୨୧ରେ ୩ ହଜାର ୮୯୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ହଜାର ୮୩୮ ସାମ୍ପୁଲ୍ ଟେଷ୍ଟ ହୋଇଥିଲା । ଗତବର୍ଷ ତୁଳନାରେ ପଜିଟିଭ ହାର କମିଥିବା ବେଳେ ଦୈନିକ ସଂକ୍ରମଣ ବି କମିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
