ପଲିଥିନ ତଳେ ଜୀବନ ବିତାଉଛନ୍ତି ତାରାମଣୀ, ଲୋକ ପ୍ରତିନିଧିଙ୍କ ଦୟା ହେଉନି କି ପ୍ରଶାସନର ନଜର ପଡୁନି
ବାଲିଆପାଳ : କେନ୍ଦ୍ର ସରକାର କହୁଛନ୍ତି ସାରା ଦେଶରେ ପକ୍କା ଘର ନିର୍ମାଣ ହେବ।ସେଥିପାଇଁ ଗରିବ ହିତାଧିକାରୀମାନେ ଆବାସ ଯୋଜନାରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେଇ ଦେଶର ଚାଳ ଛପର ଘର ନ ରହିବାର ସ୍ବପ୍ନ ଦେଖୁଛନ୍ତି । ମାତ୍ର ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ହୋଇ ସରକାରୀ ବାବୁଙ୍କ ଚଞ୍ଚକତା ଯୋଗୁଁ ବହୁ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ହଉଛନ୍ତି । ବାଲିଆପାଳ ବ୍ଲକ ଅଧିନସ୍ଥ ପ୍ରତାପପୁର ପଞ୍ଚାୟତର ଗୋସାଣୀବିନ୍ଧା ଗ୍ରାମର ତାରାମଣୀଙ୍କୁ ପକ୍କା ଘର ସାତ ସପନ ପାଲଟିଛି । ବାରମ୍ବାର ପକ୍କା ଘରଟିଏ ପାଇଁ ଆବେଦନ କରୁଛନ୍ତି।ମାତ୍ର ତାଲିକାରେ ତାରାମଣୀଙ୍କ ନାମ ରହୁନାହିଁ । ତାରାମଣୀ ଭଙ୍ଗା ଦଦରା ପଲିଥିନ ତଳେ ବହୁ ଦୟନୀୟ ଓ ଦୁଃଖ କଷ୍ଟରେ ଜୀବନଯାପନ କରୁଛନ୍ତି । ଖରାଦିନରେ ଯେମିତି ରହିଯାଉଛନ୍ତି ହେଲେ ବର୍ଷା ଦିନ କଥା ନ କହିବା ଭଲ । ପଲିଥିନ ତଳେ ବର୍ଷା ଦିନରେ ବହୁ ହଇରାଣ ହରକତ ହେଉଛନ୍ତି ତାରାମଣୀ ।ପ୍ରଶାସନଙ୍କୁ ଗ୍ରାମବାସୀ ଗୁହାରି କରିଛନ୍ତି ତାଙ୍କୁ ଘର ଖଣ୍ତିଏ ଯୋଗାଇ ଦେବା ପାଇଁ । ମାତ୍ର କେହି ବି ଶୁଣୁ ନାହାନ୍ତି।ନା ସରକାରୀ ବାବୁ ନା ଲୋକ ପ୍ରତିନିଧି।ତାରାମଣୀଙ୍କ ପାଇଁ ପକା ଘର ଖଣ୍ତିଏ ଯୋଗାଇ ଆବାସ ଯୋଜନାରେ ସାମିଲ କରିବାକୁ ଏବେ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।
