ନିଧି ର ବନ୍ୟା ବିପନ୍ନଙ୍କୁ ସହାୟତା
ବାଲିଆପାଳ :ବାଲିଆପାଳ ଓ ବସ୍ତା ବ୍ଲକ ରେ ବନ୍ୟା ପୀଡ଼ିତଙ୍କ ପାଖରେ ସହାୟତା ପହଞ୍ଚାଇଲେ ଭୁବନେଶ୍ଵର ର ଅଗ୍ରଣୀ ସ୍ଵେଚ୍ଛା ସେବୀ ଅନୁଷ୍ଠାନ ନିଧି। ବାଲେଶ୍ଵର ଜିଲ୍ଲାର ଦୁଇ ପ୍ରମୁଖ ନଦୀ ଜଳକା ଓ ସୁବର୍ଣ୍ଣରେଖା ନଦୀର ପ୍ରବଳ ବନ୍ୟାରେ ଚଳିତବର୍ଷ ନଦୀ ଉପକୂଳ ବାସୀଙ୍କ ପ୍ରଭୂତ କ୍ଷତି ହୋଇଥିବା ବେଳେ ଲୋକେ ବହୁ କଷ୍ଟ ରେ ଅଛନ୍ତି। ଚାଷ ସହିତ ବାସ ନଷ୍ଟ ହୋଇଥିବାରୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି। ନିଧି ସ୍ଵେଚ୍ଛା ସେବୀ ଅନୁଷ୍ଠାନ ପକ୍ଷ ରୁ ବସ୍ତା ବ୍ଲକ କାଦରାୟା ,ରଘୁନାଥପୁର, କରୂଆ, ବରୁଣ ଗାଡ଼ିଆ,ବ୍ରାହ୍ମଣଦା,ପତ୍ରଝଡା, ପଞ୍ଚାୟତ ସହିତ ବାଲିଆପାଳ ବ୍ଲକ ର ଅସ୍ତି, ମଧୁପୁର, ଜାମକୁଣ୍ଡା ଓ ବିଷ୍ଣୁପୁର ପଞ୍ଚାୟତର ଏକ ହଜାରରୁ ଅଧିକ ପରିବାରକୁ ଖାଦ୍ୟ ପୁଡ଼ିଆ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ପଞ୍ଚାୟତର ବହୁ ସ୍ଵେଚ୍ଛା ସେବୀ ଓ ପ୍ରଶାସନିକ ଅଧିକାରୀ ସହଯୋଗ କରିବା ସହିତ ନିଧି ପକ୍ଷ ରୁ ପ୍ରଶାନ୍ତ ମୁଦୁଲି, ପ୍ରୋଗ୍ରାମିଂ ଅଧିକାରୀ ସୁରେଶ ବିଶୋଇ ଓ ରଶ୍ମି ବିଶ୍ବାଳ ଏବଂ କୋଷାଧ୍ୟକ୍ଷ ରାଧା ଶ୍ୟାମ ରଥ ଉପସ୍ଥିତ ଥିଲେ।
