୬ ବାଇକ୍ ସହ ୩ ମୋବାଇଲ ଫୋନ ଜବତ, ୩ ଗିରଫ
କଟକ : କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଆଜି ୩ ଜଣ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬ଟି ମୋଟରସାଇକେଲ ଓ ୩ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦରଇଗାବଜାର ଥାନା ଅନ୍ତର୍ଗତ ଓଡିଆବଜାର ଜାବୁଲା ଖାନ(୪୨), କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ପେଟାନାଳ ଅଂଚଳର ସେକ୍ ସବିର(୨୪) ଓ ବିଡାନାସୀ ଥାନା ଅନ୍ତର୍ଗତ ଗୋରାକବର ମୁସଲିମ ସାହିର ସେକ ଉଜିର(୨୪) । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୮ ତାରିଖ ଦିନ କଟକର ଅତିରକ୍ତ ଜିଲ୍ଲା ଜଜ କୋର୍ଟରେ କାର୍ଯ୍ୟ କରୁଥିବା ଭକ୍ତ ଚରଣ ପତି ତାଙ୍କର ମୋଟରସାଇକେଲ ଚୋରି ହୋଇଥିବା ସଂପର୍କରେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ । ଥାନା କେସ ନଂ ୧୩୪/୨୨ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଥିଲା । ତଦନ୍ତ ବେଳେ ଉପରୋକ୍ତ ୩ ଜଣଙ୍କ ସଂପୃକ୍ତି ଜଣାପଡିଥିଲା । ସେମାନଙ୍କଠାରୁ ଉକ୍ତ ଗାଡି ସହିତ ପୂର୍ବରୁ ଚୋରିଯାଇଥିବା ୫ଟି ବାଇକ ଜବତ କରାଯାଇଥିବା ବେଳେ ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
