ଏସସିବି ପରିସରରେ ବିଶ୍ୱକର୍ମା ପୂଜା ପାଳିତ
କଟକ : ଓମ୍ ମା’ ତାରିଣୀ ଆମ୍ବୁଲାନ୍ସ ସଂଘ ଏବଂ ଓମ ସାଇରାମ କ୍ଲବର ମିଳିତ ଆନୁକୂଲ୍ୟରେ ଏସସିବି ମେଡିକାଲ ପରିସରରେ ପୂର୍ବତନ କର୍ପୋରେଟର ପବିତ୍ର ଭୂୟାଁଙ୍କ ନେତୃତ୍ୱରେ ବିଶ୍ୱକର୍ମା ପୂଜା ଧୂମ୍ଧାମ୍ରେ ପାଳିତ ହୋଇଯାଇଛି । ଦୀର୍ଘ ୩୫ବର୍ଷରୁ ଉର୍ଦ୍ଧ୍ୱ ଧରି ଏଠାରେ ପୂଜା ପାଇ ଆସୁଛନ୍ତି ବାବା ବିଶ୍ୱକର୍ମା । ଏହି ବିଶ୍ୱକର୍ମା ପୂଜାରେ ମୂଖ୍ୟଅତିଥି ଭାବେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡ. ପ୍ରଭାତ ରଂଜନ ବିଶ୍ୱାଳ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ନଗର ବିଜେଡି ସମ୍ପାଦକ ତାପସ ମହାନ୍ତି, ଉପସଭାପତି ରାଜେନ୍ଦ୍ର ରଣା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓମ୍ ମା’ ତାରିଣୀ ଆମ୍ବୁଲାନ୍ସ ସଂଘର ସମ୍ପାଦକ ଅଶୋକ ନାୟକ, ଉପସଭାପତି ସୁଶାନ୍ତ ବାରିକ, କୋଷାଧ୍ୟକ୍ଷ ଗୁଲାମ ମହମଦ ଖାନ, ଅମିତ ନାୟକ, ପଂଚାନନ ବେହେରା, ପ୍ରଫୁଲ୍ଲ ମାଡଗୁଲ, ଓମ ସାଇରାମ କ୍ଲବର ସଭାପତି ମୁକେଶ ନାୟକ, ଶକ୍ତିରଂଜନ ମହାରଣା, ରୋହିତ ନାୟକ, ସିଲୁ ନାୟକ, ବାଦଲ ନାୟକ, ବାବୁ ଦାସ, ରିଙ୍କୁ ଦାସ, ସନ୍ତୋଷ ନିମାଇଁ, ଅଭିମନ୍ୟୁ ବେହେରା, ସନ୍ତୋଷ ସାହୁ ଏବଂ ହୃଷିକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
