ବଜ୍ରାଘାତର ଶିକାର ପରିବାରକୁ ସହାୟତା
ମୟୁରଭଞ୍ଜ : ବୈଶିଙ୍ଗା ଥାନା ଅଧୀନ ଯାମନଣ୍ଡା ଉପକଣ୍ଠ ଲକ୍ଷ୍ମୀପୁର ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତରେ ୫୦ ବର୍ଷୀୟା ମହିଳା ଲକ୍ଷ୍ମୀପୁର ଗ୍ରାମର କାଳିଆ ମାଝୀଙ୍କ ସ୍ତ୍ରୀ’ ସୀତା ମାଝୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବିଜୁ ଜନତା ଦଳର ଯୁବ ସଂଗଠକ ଲଲାଟେନ୍ଦୁ ବେହେରା ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଯଥାଶିଘ୍ର ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସନ୍ତରା ସରପଞ୍ଚ ଲକ୍ଷ୍ମୀପ୍ରିୟା ହାଁସଦା, ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଚନ୍ଦ୍ରଶେଖର ହେମ୍ବ୍ରମ, ପ୍ରମୋଦ ମାଝୀ, ସଞ୍ଜୟ ବିଶ୍ଵାଳ, ମହେଶ୍ଵର ଦାସ, ଚକ୍ରଧର ସେନାପତି, ଶ୍ୟାମସୁନ୍ଦର ଦଣ୍ଡପାଟ, ବାବୁଲା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
