ପୂର୍ବ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ମାଣିକରାଓ ଗାବିତଙ୍କ ପରଲୋକ
ମୁମ୍ବାଇ : ପୂର୍ବତନ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ମାଣିକରାଓ ଗୋବିତ(୮୭)ଙ୍କ ଶନିବାର ସକାଳେ ନାସିକର ସୁୟଶ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କୁ ୧୨ ସେପ୍ଟେମ୍ବରକୁ ଚିକିତ୍ସା ପାଇଁ ସୁୟଶ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କ ଅନ୍ତିମ ସଂସ୍କାର ରବିବାର ସକାଳେ ନନ୍ଦୁରବାର ଜିଲ୍ଲାରେ ଥିବା ତାଙ୍କ ଧୁଲିପାଡ଼ା ସ୍ଥିତ ଖେତରେ କରାଯିବ । ତାଙ୍କ ପରଲୋକରେ ନନ୍ଦରବାର ଜିଲ୍ଲାର ଶୋକର ପରିବେଶ ସୃଷ୍ଟି ହୋଇଛି ।
ମାଣିକରାଓ ଗାବିତଙ୍କ ଜନ୍ମ ନନ୍ଦୁରବାର ଜିଲ୍ଲାର ନବାପୁର ତହସିଲ୍ରେ ଧୁଲିପାଡ଼ା ଗାଆଁରେ ଏକ ଗରିବ ଆଦିବାସୀ ପରିବାରରେ ହୋଇଥିଲା । ତାଙ୍କ ପିତା ହୋଦଲ୍ୟା ବୋଂଡ଼ ଗାବିତ ଗାଆର ଏକ ଗରିବ କ୍ଷେତ ଶ୍ରମିକ ଥିଲେ ।
