ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଜାମୁଡ଼ିହା)ରେ ନାମ ଲେଖାରେ ଅନିୟମିତତା ଅଭିଯୋଗ
ନୀଳଗିରି : ଗ୍ରାମାଂଚଳରେ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ଏହାର ସୁଦୂର ପ୍ରସାରୀ ଯୋଜନାକୁ ଚରିତାର୍ଥ କରିବା ପାଇଁ ଆଦର୍ଶ ବିଦ୍ୟାଳୟ ଭଳି ଜନାଭୁିମୁଖୀ ବିଦ୍ୟାଳୟ ପ୍ରତି ବ୍ଲକ ସ୍ତରରେ ସ୍ଥାପନ କରାଯାଇଛି । ସରକାରଙ୍କ ଗାଇଡ୍ ଲାଇନ ଅନୁଯାଇ ସ୍ଥାପିତ ବିଦ୍ୟାଳୟରେ ଉକ୍ତ ବ୍ଲକରେ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଯୋଗ୍ୟ ହୋଇଥିବା ବେଳେ ବାଲେଶ୍ୱର ନୀଳଗିରି ବ୍ଲକ ଜାମୁଡ଼ିହା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାରେ ଅନୀୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଉକ୍ତ ବ୍ଲକର ଛାତ୍ରଛାତ୍ରୀ ବିଦ୍ୟାଳୟର ଏଡ଼ମିଶନ ହୋଇ ପାରି ନ ଥିବା ବେଳେ ଔପଦା ବ୍ଲକର ଜଣେ ଛାତ୍ରଙ୍କୁ ଉକ୍ତ ବିଦ୍ୟାଳୟରେ ନାମ ଲେଖା ଯାଇଥିବା ନେଇ କର୍ତୁପକ୍ଷ ଉପରେ ଦୋଷାରୋପ କରି ବ୍ଲକର ବହୁ ଅଭିଭାବକ ଏବଂ ସମାଜସେବୀ ଅଭିଯୋଗ କରିଥିବା ବେଳେ ଏ ନେଇ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପଚାରିବାରୁ ଏଡ଼ିମିଶନ ହୋଇଥିବା ପିଲା ଜିଲ୍ଳାପାଳଙ୍କ ଅନୁମତିରେ ତାଙ୍କୁ ବିଦ୍ୟାଳୟରେ ନାମ ଲେଖା ଯାଇଥିବା କହିଛନ୍ତି । ଏଥିଷର କୌଣସି ଅନିୟମିତା ହୋଇ ନଥିବା ସ୍ପଷ୍ଟ କରିଛନ୍ତି ।
