ଆଡ଼ମ୍ବରପୂର୍ଣ୍ଣ ପରିବେଶ ମଧ୍ୟରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଓ ସାଧାରଣ ସଭା ଅନୁଷ୍ଠିତ
ନୀଳଗିରି : ଓଡ଼ିଶା ସରକାରଙ୍କ ରାଜ୍ୟବ୍ୟାପି ପରିକ୍ରମଣ କରୁଥିବା ଅହିଂସା ରଥକୁ ଶୁକ୍ରବାର ସକାଳ ୮ଟା ସମୟରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ନୀଳଗିରି ରେ ସ୍ୱାଗତ ସମ୍ବର୍ଦ୍ଧନା ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଅଛି । ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୀଳଗିରି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାହୁଲ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅହିଂସା ରଥକୁ ବିଭିନ୍ନ ନାଚଗୀତ ମାଧ୍ୟମରେ ସ୍ୱାଗତ କରାଯାଇଥିବା ବେଳେ ମହିଳାମାନେ ପୂଜାଅର୍ଚ୍ଚନା କରିବା ସହ ଅହିଂସା ରଥକୁ ବନ୍ଦାପନା କରିଥିଲେ । ନୀଳଗିରିର ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ କର୍ମଚାରୀ , ନିର୍ବାଚିତ ସମସ୍ତ ପ୍ରତିନିଧି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସାମିଲ ଥିଲେ । ହଜାର ହଜାର ଲୋକଙ୍କ ସମାଗମରେ ଏକ ବିରାଟ ଶୋଭାଯାତ୍ରାରେ ଅହିଂସା ରଥକୁ ବ୍ଲକ ପରିସରକୁ ଅଣାଯାଇଥିଲା । ପରେ ବ୍ଲକ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ “ଅହିଂସା ରଥ” ବିଷୟ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ନୀଳଗିରି ଏନ.ଏ.ସି. ର ଅଧ୍ୟକ୍ଷା ଅମ୍ବିକା ଦାସ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀ, ତହସିଲଦାର ଅଶେଷ କୁମାର ନାୟକ, ବିଡିଓ ରାହୁଲ ମଣ୍ଡଳ ପ୍ରମୁଖ ମଂଚାସୀନ ରହି ପରିକ୍ରମଣ କରୁଥିବା ଅହିଂସା ରଥ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଅନନ୍ତ ଖଟୁଆ ଓ ସୁନାରାମ ସିଂଙ୍କ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ । ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବରେ ନୀଳଗିରି ସି.ଡି.ପି.ଓ. ସଂଯୁକ୍ତା ମହାରଣା, ଆଇ.ଆଇ.ସି. ଗୋପାଳ ଚନ୍ଦ୍ର କର୍ଣ୍ଣ., ଏସ.ଆଇ. ବିରଂଚି ସାହୁ, ବି.ଇ.ଓ. ସ୍ନିଗ୍ଧା ପଣ୍ଡା, ଏନ.ଏ.ସି.ର ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଡୁ, ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ରଂଜିତା ସିଂ, ଏନ.ଏ.ସି.ର ସମସ୍ତ କାଉନସିଲର ଅନୁସୂଚୀତ ଜନଜାତିର ବ୍ଲକ ସଭାପତି ଶରତ ଦାଶ, ଜିଲ୍ଲା ଯୁବ ବିଜେଡି ସଭାପତି ତାପସ କୁମାର ପରିଡ଼ା, ବ୍ଲକ ଉପାଧ୍ୟକ୍ଷ ଜ୍ୟୋର୍ତିମୟ ପୁଥାଳ ପ୍ରମୁଖ ସାମିଲ ଥିଲେ । ପରେ ଅହିଂସା ରଥକୁ ପୋଡ଼ାଶୁଳ, ସଜନାଗଡ଼, ନୂଆ ସାହି ସ୍କୁଲ , ତେଣ୍ଡା କନ୍ୟାଶ୍ରମ, ମିତ୍ରପୁର, ନୀଳଗିରି କେ.ସି.ହାଇସ୍କୁଲରେ ସ୍ୱଗତ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା ।
