୧୦୦କିଲୋ ଗଞ୍ଜେଇ ଜବତ,୪ଗିରଫ
ବ୍ରହ୍ମପୁର : ଦିଲ୍ଲୀକୁ ଚୋରା ଚାଲାଣ ହେଉଥିବା ଗଞ୍ଜେଇକୁ ବ୍ରହ୍ମପୁରରେ ଠାବ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା । ଆଜି ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଦିଲ୍ଲୀକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେବ ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏଏସଆଇବ୍ରଜବିହାରୀ ନାୟକଙ୍କୁବିଶେଷ ସୂତ୍ରରୁ ଖବର ମିଳିଥିଲା । ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେ଼ପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଡେପୁଟି ସୁପରିଟେଣ୍ଡେଣ୍ଟ କୁବେରୀ ସେଠୀଙ୍କ ତତ୍ତ୍ୱାବଧାନରେ ଆଜି ଇନ୍ସପେକ୍ଟର ହୃଦୟାଚନ୍ଦ୍ର ସାମନ୍ତ ଓ ବିଭାଗୀୟ କର୍ମୀମାନେ ଫାଷ୍ଟଗେଟ ନିକଟରେ ଛପି ରହି ମିଳିଥିବା ସୂଚନା ପ୍ରକାରେ ଗଞ୍ଜେଇ ଭର୍ତ୍ତି ଥିବା ଏକ ମାରୁତି ୱାଗନର କାରର ପିଛା କରିଥିଲେ । ଅବକାରୀ ବିଭାଗ ପିଛା କରୁଥିବା ଖବର ଗଞ୍ଜେଇ ମାଫିଆ ମାନେ ଜାଣିଯାଇଥିଲେ । ଯାହା ଫଳରେ ସେମାନେ ଗାଡ଼ି ଦ୍ରୁତ ଗତିରେ ଚଲାଇଥିଲେ । କିନ୍ତୁ ଗୋପାଳପୁର ଜନକ୍ସନ ନିକଟରେ ଅବକାରୀ ଗୁଇନ୍ଦା ସେମାନଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୧୦୦କିଲୋ ଗଞ୍ଜେଇ ଜବତ କରିଥିଲା । ଏହା ସହ ୪ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ।ସେମାନେ ହେଲେ ଦିଲ୍ଲୀର ମହସିନ ଆଂସାରୀ,ଉତ୍ତରପ୍ରଦେଶର ଜିତେନ୍ଦ୍ର କୁମାର, ଗଜପତିର ସୋମନାଥ ରାଇତ, ବିନ୍ଧନ ସିଂ । ସୂଚନାଯୋଗ୍ୟ ଯେ, ଆଜି ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଗୋଟିଏ ଧଳାରଙ୍ଗର ମାରୁତି ୱାଗନର (ଡ଼ିଏଲ୪ସିଏଏମ୨୧୩୩)ନଂ କାରରେ ଦିଲ୍ଲୀକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେବ ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ନିକଟରେ ଖବର ପହଞ୍ଚିଥିଲା । ସେହିକ୍ରମେ ଅବକାରୀ ଗୁଇନ୍ଦା ବିଭାଗୀୟ କର୍ମଚାରୀ ମାନେ ଫାଷ୍ଟ ଗେଟ ନିକଟରେ ଛପି ରହି ଉକ୍ତ କାରର ଗତିବିଧି ଉପରେ ନଜର ରଖି ଗୋପାଳପୁର ଜନକ୍ସନ ଠାରେ କାବୁ କରିଥିଲେ । କିନ୍ତୁ ଉକ୍ତ ଗାଡ଼ିରେ ଗଞ୍ଜେଇ ଅଛି ଜାଣିବା ବହୁତ କଷ୍ଟକର । ପରେ ଅଭକାରୀ ଗୁଇନ୍ଦା ବିଭାଗ ଉକ୍ତ କାରର ସିକ୍ରେରେଟ ଚାମ୍ବରରୁ ଏବଂ ଗୋଟିଏ ୫ଫୁଟ ଗ୍ୟାସ ଟାଙ୍କିରୁ ଗଞ୍ଜେଇ ବାହାରିଥିଲା । ପରେ ବିଭାଗୀୟ କର୍ମଚାରୀମାନେ ଉକ୍ତ କାରର ପାର୍ଟ ଖୋଲା ଖୋଲି କରି ବିଭିନ୍ନ ସିକେରେଟ ଚାମ୍ବରରୁ ମୋଟ ୧୦୦କିଲୋ ଗଂଜେଇ ସହ ଉକ୍ତ କାରକୁ ଜବତ କରିଥିଲେ ।ଯାହାର ଆନୁମାନିକ ମୂଲ୍ୟ୧୦ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେ଼ପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି । ଜବତ ହୋଇଥିବା ଗଞ୍ଜେଇ ଗୁଡିକ ଗଜପତିଜିଲ୍ଲା ମୋହନାରୁ ଦିଲ୍ଲୀକୁ ଚାଲାଣ ହୋଇଥାନ୍ତା ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି ।
