ତିନି ବର୍ଷ ପରେ ପୂରଣ ହେଲା ପ୍ରଧାନ ଶିକ୍ଷକ ପଦବୀ
ବସ୍ତା : ବାଲେଶ୍ୱର ଜିଲାର ବହୁ ପୁରାତନ ଅମର୍ଦ୍ଦାରୋଡ଼ ସିଦ୍ଧେଶ୍ୱର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀ ତିନି ବର୍ଷ ପରେ ପୂରଣ ହୋଇଛି । ବିଧିବଦ୍ଧ ଭାବେ ରାଜେଶ କୁମାର ସେଠୀ ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିବାରୁ ସ୍କୁଲ ପରିଚାଳନା କମିଟି ସମେତ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଖୁସିର ବାତାବରଣ ଦେଖାଦେଇଛି ।
ତିନି ବର୍ଷ ଧରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଏହି ସ୍କୁଲର ଶିକ୍ଷକ ପ୍ରସନ୍ନ କୁମାର ଦାସ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିଲେ । ଶ୍ରୀ ସେଠୀ ବିଜେପି ଉଚ୍ଚବିଦ୍ୟାଳୟ, ତାଡ଼ଦାରୁ ବଦଳି ହୋଇ ଏଠାରେ ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ପ୍ରଧାନଶିକ୍ଷକଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିଲେ । ପ୍ରଧାନଶିକ୍ଷକ ଶ୍ରୀ ସେଠୀ ଶୃଙ୍ଖଳାର ସହିତ ଛାତ୍ରୀଛାତ୍ରଙ୍କ ପାଠ ପଢ଼ା ଓ ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
