୫ଟି ଯୋଜନାରେ ସାମିଲ ହେଲା ମଣିନାଗେଶ୍ୱରି ସରକାରୀ ଉଚ୍ଚବିଦ୍ୟାଳୟ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବର୍ଦ୍ଧନପୁର ଗ୍ରାମପଞ୍ଚାୟତର ମଣିନାଗେଶ୍ୱରି ସରକାରୀ ଉଚ୍ଚବିଦ୍ୟାଳୟକୁ ୫ଟି ଯୋଜନାରେ ସାମିଲ କରାଯିବା ସହ ଏହାର ଶିଳାନ୍ୟାସ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ବିଦ୍ୟାଳୟର ସାମଗ୍ରିକ ବିକାଶ ଦିଗରେ ସରକାରୀ ଅନୁଦାନର ସଦ୍ବିନିଯୋଗ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଆରତି ଶତପଥୀ, ସମିତି ସଭ୍ୟା ହରପ୍ରିୟା ମହାକୁଡ଼, ପୁରାତନ ଛାତ୍ର ସଂସଦ ସଭାପତି ଅନିରୁଦ୍ଧ ଭୋଳ, ସମ୍ପାଦକ ପ୍ରଶାନ୍ତ ନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଛାତ୍ରୀଛାତ୍ର ସ୍ୱାଗତ ସଂଗୀତ ଗାନ କରିଥିଲେ ।
