କ୍ରୀଡ଼ା ଭାରତୀ କଟକ ମହାନଗର ପକ୍ଷରୁ ସ୍ୱତନ୍ତ୍ର ବୈଠକ
କଟକ : ମହାନଗର କ୍ରୀଡ଼ା ଭାରତୀ ଶାଖା ତରଫରୁ ଶେଖବଜାରସ୍ଥିତ ସଂସ୍କୃତି ଭବନରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଖିଳ ଭାରତ କ୍ରୀଡ଼ା ଭାରତୀ ସଂଗଠକ ଶ୍ରୀ ପ୍ରସାଦ ମହାଙ୍କର କ୍ରୀଡ଼ା ଭାରତୀ ଓଡ଼ିଶା ପ୍ରଦେଶ ତଥା ପୂର୍ବପ୍ରାନ୍ତ ଅଧ୍ୟକ୍ଷ ଡ଼ଃ ଅଶୋକ କୁମାର ନାୟକ ଉପାଧ୍ୟକ୍ଷ ପ୍ରତାପ କିଶୋର ସିଂହ କଟକ ସଭାପତି ବନମାଳୀ ବିଶୋଇ ଓଡ଼ିଶା ପ୍ରଦେଶ ସମ୍ପାଦକ ରଘୁନାଥ ସାହୁ, ପ୍ରଶାନ୍ତ କୁମାର ସିହ୍ନ।, ତୁଷାର କାନ୍ତ ସିଂ ,ଅଞ୍ଜଳି ଦାସ ପ୍ରମ୍ମୁଖ ଯୋଗ ଦେଇଥିଲେ। କଟକର ବିଭିନ୍ନ ସ୍ଥାନରେ କିପରି କ୍ରୀଡ଼ା କେନ୍ଦ୍ର ଆୟୋଜନ କରି ବୟସ୍କ ମହିଳା, ପୁରୁଷ, ଯୁବ ଗୋଷ୍ଠିର ପ୍ରତ୍ୟେକ ନାଗରିକଙ୍କୁ ସୂର୍ଯ୍ୟ ନମସ୍କାର ବିଭିନ୍ନ ଖେଳକୁଦ ମାଧ୍ୟମରେ ସୁସ୍ଥ ସମର୍ଥ ଓସଶକ୍ତ କରିବା ପାଇଁ ଆଲୋଚନା ହୋଇଥିଲା। ଆସନ୍ତା ଡିସେମ୍ବର ମାସରେ ଭାରତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ ସମ୍ମାନ ଆଣିଥିବା କ୍ରୀଡ଼ାବିତ ମାନଙ୍କ ପୂଜନୀୟା ମାଆମାନଙ୍କୁ ସଂମ୍ମାନୀତ କରିବା ପାଇଁ ଆବାହନ ଦିଆଯାଇଥିଲା। ଶେଷରେ କ୍ରୀଡ଼ା ଭାରତୀ କଟକ ସମ୍ପାଦକ ତୁଷାର କାନ୍ତ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
