ଯାଜପୁର ଜିଲ୍ଲା ଯୁବ କଂଗ୍ରେସ କମିଟିର ପୁନଃଗଠିତ କମିଟି ଘୋଷଣା
ଯାଜପୁର : ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ଅନୁମୋଦନ କ୍ରମେ ଯାଜପୁରଜିଲ୍ଲା ଯୁବକଂଗ୍ରେସର ଏକ ପୂର୍ଣ୍ଣାଙ୍ଗକମିଟି ଗଠନ ହୋଇଛି ।ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନ୍ତୋଷ କୁମାର ବେହେରା ଏହି କମିଟିକୁ ଘୋଷଣା କରିଛନ୍ତି । ପୂର୍ବରୁ ଯାଜପୁର ଜିଲ୍ଲା ଯୁବକଂଗ୍ରେସ କମିଟି ସଭାପତି ଘୋଷଣା ହୋଇଥିବାବେଳେ ଏହାକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ଏକ ୩୦ଜଣିଆ କମିଟି ଗଠନ କରାଯାଇଛି । ଉପ ସଭାପତି ଭାବେ ଶ୍ରର୍ଦ୍ଦେନ୍ଧୁ ପତି, ସାଗରସଂଗମ ଦାସ,ହିମାଂଶୁ ଶେଖର ମହଲ,ସାଧାରଣ ସଂପାଦକ ଭାବେ ଉତ୍କଳ କେଶରୀ ପାଣିଗ୍ରାହୀ,ଜଗନ କେତକୀ ,ସଂଜୀବ କୁମାର ଦାସ, ଶିଶିରସାମଲ,ବିଜୟ କୁମାର ମହନ୍ତ, ଅଜିତ କୁମାର ନାୟକ, ସୁରେଶ ପ୍ରସାଦ ସାହୁକୁ ନିଯୁକ୍ତି ଦିଆଯାଇଥିବା ବେଳେ ସଂପାଦକ ଭାବେ ତୁଷାରକାନ୍ତ ସାହୁ,ଅନ୍ନବ କୁମାର ମିଶ୍ର, ସତ୍ୟଜିତ ନନ୍ଦ,ଜତିନ ସେନାପତି, ସୁନୀଲକୁମାରସିଂ,ପିତବାସରାଉତ, ଶ୍ୟାମସୁନ୍ଦରରାଉତ,ଓମ ପ୍ରକାଶ ଦାସ,ଧରଣୀଧର ମଲିକ,ସତ୍ୟବ୍ରତସାମଲ ,ନୀଳାନ୍ଦ୍ରୀସାମଲ,କମରୁଜଖାଁ,ଆଶୁତୋଷ ପରିଡା, ସୁଲୋଚନା ଦାସ, ବିଜୟକୁମାର ଦାସ, ଶିବାଜୀମହନ୍ତ, ନୀରାକାର ମହନ୍ତ, ସୁଜିତ କୁମାର ଜେନା, ସତ୍ୟବ୍ରତ କୁଅଁର ଓ ଜ୍ୟୋତିସ୍ମିତା ରାଉତଙ୍କୁ ଚୟନ କରାଯାଇଛି ।ଏହି କମିଟି ଗଠନକୁ ନେଇ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।ଜିଲ୍ଲା ସଭାପତି ଶ୍ରୀବେହେରା ଏହି କମିଟିକୁ ନେଇ ଆଗାମୀ ଦିନରେ କଂଗ୍ରେସକୁ ଅଧିକରୁ ଅଧିକ ମଜୁବତ କରିପାରିବେ ବୋଲି ଆଶାବାଦୀ ଅଛନ୍ତି । ଏଥିପାଇଁ କମିଟି ସଭାପତି ଶ୍ରୀବେହେରା ଓ ଅନ୍ୟ ମନୋନୀତ ସଭ୍ୟମାନେ ରାଜ୍ୟକଂଗ୍ରେସକ ମିଟିର ସଭାପତି ଶରତ ପଟ୍ଟାନୟକଏବଂରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
