ଗ୍ରାହକଙ୍କ ପାଇଁ ଏକ୍ସିସ୍ ବ୍ୟାଙ୍କ – ପେ ନିୟର ବାୟ ବ୍ୟବସ୍ଥା ।
ଭୁବନେଶ୍ୱର : ଦୁର ଦୁରାନ୍ତରରେ ବାସ କରୁଥିବା ଗ୍ରାହକ ଏବଂ ଖୁଚୁରା ବେପାରି ମାନଙ୍କୁ ସଂଚୟ ଖାତା ତଥା ଚଲନ୍ତି ଖାତା ଖୋଲିବା ସୁବିଧା ପ୍ରଦାନ କରିବା ପାଇଁ ଏକ୍ସିସ୍ ବ୍ୟାଙ୍କ ପକ୍ଷରୁ ପେ ନିୟର ବାୟ ସହ ସହଯୋଗିତା ସ୍ଥାପନର ବ୍ୟବସ୍ଥା କରାଯାଇଛି । ଇ-କେୱାଇସି ମାଧ୍ୟମରେ ଏହି ସଂଚୟ ଖାତା ଖୋଲାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପେ ନିୟର ବାୟର ଥିବା ୫୦ ଲକ୍ଷରୁ ଅଧିକ ଲଘୁ ଉଦ୍ୟୋଗୀଙ୍କୁ ଏଥିପାଇଁ ଏକ୍ସିସ୍ ବ୍ୟାଙ୍କ ପକ୍ଷରୁ ବ୍ୟବହାର କରାଯିବ ବୋଲି ଜୁମ୍ ମାଧ୍ୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଗୃପ୍ଏକ୍ଜୁକ୍ୟୁଟିଭ୍ ମୁନିଷ ଶାରଦା ପ୍ରକାଶ କରିଛନ୍ତି ।
