ସଡ଼କ ଦୁର୍ଘଟଣାରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ
ଖୋର୍ଦ୍ଧା : ୧୬ ନମ୍ୱର ଜାତୀୟ ରାଜପଥର ତୋଟାପଡା ଛକରେ ଟ୍ରକ୍ ଧକ୍କାରେ ଜଣେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସଦର ଥାନା ଅନ୍ତର୍ଗତ ଲହଙ୍ଗା ଗ୍ରାମର ନବ କିଶୋର ନାୟକ ।
ସୂଚନା ମୁତାବକ, ବୁଧବାର ମଧ୍ୟାହ୍ନରେ ଭୁବନେଶ୍ୱର ପଟୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏପି୦୭- ଟିୟୁ- ୬୬୯୫ ନମ୍ୱର ବିଶିଷ୍ଟ ଏକ ଟ୍ରକ ଏହି ଆକ୍ଟିଭାକୁ ଧକ୍କା ଦେବା ସହ ଚାଳକଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସଦର ଥାନା ଅନ୍ତର୍ଗତ ଲହଙ୍ଗା ଗ୍ରାମର ନବ କିଶୋର ନାୟକ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପରିସ୍ଥିତି ଉତେଜନା ପୂର୍ଣ୍ଣ ରହିଥିବା ବେଳେ ଖବର ପାଇ ସଦର ଥାନା ପୋଲିସ ସେଠାରେ ପହଂଚି ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକକୁ ଅଟକ ରଖିଥିବା ଜଣାପଡିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
