ବାଲେଶ୍ଵର ସମାଜସେବୀ ମହାସଂଘ ର ମହାନତା
ବାଲେଶ୍ଵର : ସତରେ ଏ ମଣିଷ କେଡେ ସ୍ଵାର୍ଥ ପର ଯଦି ବା ସମସ୍ତେ ନୁହନ୍ତି ତଥାପି କମ ନାହାନ୍ତି ଏ ଦୁନିଆରେ। କିଛି ଦିନ ପୂର୍ବେ ଷାଠିଏ ନମ୍ବର ଜାତୀୟ ରାଜପଥ ନହରପାଟଣା ଛକ ନିକଟସ୍ଥ ବାରୁଣୀ ପୋଲ ପାଖରେ ଗାଡ଼ି ଦୁର୍ଘଟଣାରେ ଗୋଟିଏ ଷଣ୍ଢ ଟି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାରେ ପଡି ରହିଥିଲା, ବହୁତ କଷ୍ଟ ସହିତ ଯନ୍ତ୍ରଣା ଅନୁଭବ କରୁଥିଲା। ପଶୁ ଟିଏ ଯୋଗୁଁ ସେ କଥା ସିନା କହି ପାରୁ ନ ଥିଲା ହେଲେ କଥା କହୁଥିବା ଓ ସବୁ ବୁଝି ପାରୁ ଥିବା ମଣିଷ ଥରେ ତା ପାଖକୁ ଆସି ନ ଥିଲା କି ତା କଥା ବୁଝି ନ ଥିଲା। ତା ପାଖ ଦେଇ ସମସ୍ତ ପଥଚାରୀ ଯାତାୟାତ କରୁଥିଲେ ଓ ଦେଖି ପଳେଇ ଯାଉଥିଲେ ହେଲେ ବାଲେଶ୍ଵର ଠାର ଗଢ଼ି ଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବାଘାଯତୀନ ସଂଗଠନ ନିଜର ମଣିଷ ପଣିଆ ସହିତ ମାନବିକତା ଦେଖାଇ ସେଇ ଷଣ୍ଢ ପାଖରେ ପହଞ୍ଚି ଷଣ୍ଢ ଟିକୁ ଉଦ୍ଧାର କରିଥିଲେ ! ତାର ୧୬ ଦିନ ପରେ ଶେଷରେ ଆଜି ଷଣ୍ଢ ଟିର ମୃତ୍ୟୁ ହେଲା ! ଆଜି ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କୁ ନେଇ ଗଢ଼ି ଉଠିଥିବା ମହାସଂଘ ପକ୍ଷରୁ ତାର ଶତ୍କାର କରା ଗଲା ଏଥିରେ ହେଲ୍ପ ଫର ୟୁ ଫାଉଣ୍ଡେସନ,ବାଘାଯତୀନ ସଙ୍ଗଠନ ଓ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ଉଦ୍ୟମରେ ମହାସଂଘ ପକ୍ଷରୁ କିଛି କିଛି ଆର୍ଥିକ ଅବଦାନ ବଳରେ ଷଣ୍ଢ ଟି ପାଇଁ ବଡ଼ ଧରଣର ଗର୍ତ୍ତ ଖୋଳି ଲୁଣ ଦେଇ କିଛି ପୁଷ୍ପ ଦେଇ ପୋତି ଦେଇ ଛନ୍ତି। ଏବଂ ପରି ଶେଷରେ ସେଇ ସ୍ଥାନରେ ସମାଜ ସେବୀ ଭାଇ ମାନେ ତାର ସ୍ମୃତି କୁ ମନେ ରଖିବା ପାଇଁ ଗୋଟିଏ ବୃକ୍ଷ ରୋପଣ ମଧ୍ୟ କରି ଛନ୍ତି। ଆଜିର ସ୍ଵାର୍ଥ ପର ଦୁନିଆରେ ଏହି ଭାଇ ମାନଙ୍କର ମହାନ ଚିନ୍ତାଧାରା ର ମହାନ ଉଦ୍ଦେଶ୍ୟ କୁ ଅଞ୍ଚଳ ବାସି ଭୁରି ଭୁରି ପ୍ରଶଂସା କରିଛନ୍ତି
