ସତ୍ୟର ସନ୍ଧାନର ୨ୟ ସ୍ୱନକ୍ଷତ୍ର ଉତ୍ସବ
କଟକ : କଟକରୁ ପ୍ରକାଶିତ ଓଡିଆ ଖବର କାଗଜ ‘ସତ୍ୟର ସନ୍ଧାନ’ର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭବନରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉଦଘାଟକ ଭାବେ ମେୟର ସୁବାସ ସିଂ ଯୋଗଦେଇ ଉତ୍ସବକୁ ଉଦଘାଟିତ କରିଥିଲା ବେଳେ ଜଜ୍ବା ହାସିମ୍ ଅବଦୁଲ୍ଲା ଟ୍ରଷ୍ଟର ଅଧ୍ୟକ୍ଷ ସଫ୍ଦର ହାସିମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବାରଙ୍ଗ ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଶିଳ୍ପପତି ଦେବଦୁତି ସ୍ୱାଇଁ, ସମାଜସେବୀ ଦେବୀରଂଜନ ଦାସ, ଅଧିର କୁମାର ଜେନା, ମନମୋହନ ସେଠୀ, ସତ୍ୟର ସନ୍ଧାନର ସହଯୋଗୀ ପ୍ରତିଷ୍ଠାତା ଶୁଭ୍ରଜୋଛନା ମହାନ୍ତି ପ୍ରମୁଖ ଯୋଗଦେଇ ଖବର କାଗଜଟି ସତ୍ୟ ସମ୍ବାଦ ପରିବେଷଣରେ ବ୍ରତୀ ହେଉ ବୋଲି କହିବା ସହିତ ଉଜ୍ୱଳ ଭବିଷ୍ୟ କାମନା କରିଥିଲେ । ସତ୍ୟର ସନ୍ଧାନର ସଂପାଦକ ମିର୍ଜା ରିଜୁଆନ ବେଗ୍ ସଭା ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ ।
