କଟକରେ ପ୍ରମାର ନୂତନ ଷ୍ଟୋର
ଭୁବନେଶ୍ୱର : ଭାରତର ପ୍ରମୁଖ ସ୍ୱଦେଶ ସୁରକ୍ଷା ଏବଂ ନୀରିକ୍ଷଣ ଉତ୍ପାଦନକାରୀ କମ୍ପାନୀ ପ୍ରମା ଇଣ୍ଡିଆ ଗ୍ରାହକଙ୍କ ନିକଟରେ ଭିଡିଓ ସୁରକ୍ଷା ଉତ୍ପାଦ ପହଞ୍ଚାଇବା ପାଇଁ କଟକରେ ବ୍ରାଣ୍ଡ ଷ୍ଟୋର ଖୋଲିଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ୱରର ଆଇ.ପି.ଏସ୍ ପୋଲିସ୍ କମିଶନର ଶ୍ରୀଯୁକ୍ତ ଏସ୍.କେ ପ୍ରିୟଦର୍ଶୀ ଉପସ୍ଥିତ ଥିଲେ । ପ୍ରମାର ବ୍ରାଣ୍ଡ ଷ୍ଟୋର ଉଚ୍ଚ ଗୁଣବତ୍ତା, ଅତ୍ୟାଧୁନିକ ସୁରକ୍ଷା ଏବଂ ନୀରିକ୍ଷଣ ଉତ୍ପାଦଗୁଡିକ ସମ୍ଭାବ୍ୟ ଗ୍ରାହକ ମାନଙ୍କୁ ନିକଟତର କରିବାର ଯୋଜନା କରାଯାଇଛି । ପ୍ରମା ନିଜ ଷ୍ଟୋର ମାନଙ୍କୁ ଆସନ୍ତା ୧୨ ମାସ ମଧ୍ୟରେ ଟାୟାର-୧, ଟାୟାର-୨ ଓ ଟାୟାର-୩ ସହରରେ ଖୋଲିବାର ଲକ୍ଷ୍ୟ ରଖିଛି । “କଟକରେ ପ୍ରମାର ଏକ ଷ୍ଟୋର ଖୋଲିଥିବାରୁ ଆମେ ଆନନ୍ଦିତ । ଏହି ଷ୍ଟୋରରେ ସ୍ୱଦେଶୀ ଉତ୍ପାଦିତ ପ୍ରମା ସୁରକ୍ଷା ଉତ୍ପାଦର ଅନୁଭବ କରିବା ନିମନ୍ତେ ଆମେ ପୂର୍ବ ଭାରତ ଅଞ୍ଚଳର ସୁରକ୍ଷା ଶିଳ୍ପର ସମସ୍ତ ହିତାଧିକାରୀଙ୍କୁ ଆମନ୍ତ୍ରଣ କରୁଛୁ । ଗ୍ରାହକଙ୍କୁ ଏପରି ଉତ୍ତମ ସେବା ଯୋଗାଇ ଦେଉଥିବାରୁ ଆମେ ଖୁସି ବୋଲି, କମ୍ପ୍ୟୁଟର ପ୍ରଫେସନାଲ୍ ନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଦେ କହିଛନ୍ତି ।” ଏହି ଅବସରରେ ପ୍ରମା ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ପ୍ରବନ୍ଧ ନିର୍ଦେଶକ ଓ ସିଇଓ ଶ୍ରୀଯୁକ୍ତ ଆଶିଷ ପି ଧାକନ କହିଛନ୍ତି ଯେ, “ପ୍ରମା ଇଣ୍ଡିଆ ସହିତ ଜଡିତ ସମସ୍ତ ସୁରକ୍ଷା ବୃତ୍ତିଗତଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ପ୍ରମା କଟକ, ଭୁବନେଶ୍ୱର ଓ ଏହା ଆଖପାଖରେ ସୁରକ୍ଷା ଆବଶ୍ୟକତା ପାଇଁ ଉତ୍ସର୍ଗୀକୃତ । ଶ୍ରେଷ୍ଠ ଶ୍ରେଣୀର ଉତ୍ପାଦ ଏବଂ ସମାଧାନ ପ୍ରଦର୍ଶନ କରିବାକୁ ଆମ ଷ୍ଟୋର ରଣନୀତିଗତ ଭାବେ ପରିକଳ୍ପନା କରିଛି ।”
