ବାଲିଆପାଳରୁ ଦିଲ୍ଲୀ ସାଇକେଲ ଯାତ୍ରା; ପ୍ରଦୂଷଣ ମୁକ୍ତ ଓ ଜନସଂଖ୍ୟା ନିୟନ୍ତ୍ରଣ ବାର୍ତ୍ତା ଦେଲେ ୭୫ ଆରୋହୀ
ବାଲିଆପାଳ : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ଉପଲକ୍ଷେ ବାଲିଆପାଳ ବାଘାଯତିନ ସ୍ମୃତି ପରିଷଦ ପକ୍ଷରୁ ବାଘାଯତୀନଙ୍କ ବଳିଦାନ ଦିବସ ଶନିବାର ପୂର୍ବାହ୍ନରୁ ପ୍ରଦୂଷଣ ମୁକ୍ତ ଓ ଜନସଂଖ୍ୟା ନିୟନ୍ତ୍ରଣ ବାର୍ତ୍ତା ନେଇ ୭୫ଜଣ ସାଇକେଲ ଆରୋହୀ ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାରୁ ନୂଆଦିଲ୍ଲୀ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି । ବାଲିଆପାଳ ବାଘାଯତିନ ସ୍ମୃତି ପରିଷଦର ସଭାପତି ଅରବିନ୍ଦ ବେହେରାଙ୍କ ନେତୃତ୍ୱରେ ବାହାରି ଥିବା ଏହି ସାଇକେଲ ଅଭିଯାତ୍ରୀ ଦଳକୁ ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଶୁଭେଛା ଜଣାଇ ସାଇକେଲ ଯାତ୍ରାର ସଫଳ କାମନା କରିଥିଲେ ।

ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଓଡ଼ିଶାର ବିଶିଷ୍ଟ କୃଷି ବୈଜ୍ଞାନୀକ ତଥା ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଡ. ଅଦୈତ୍ୟ ପାତ୍ର, ସମାଜସେବୀ ତଥା ବିଜୁ ମହିଳା ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା, ବରିଷ୍ଠ ନାଗରିକ ପରିଷଦ ସଭାପତି ନାରାୟଣ ପ୍ରସାଦ ସାହୁ, ଭାଜପା ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେର ରାଜ୍ୟ ସହ ସଂଯୋଜକ ଅଜୟ କୁମାର ସାହୁ, ଜିଲା ପରିଷଦ ସଦସ୍ୟ ନିଶାକର ସେଠୀ, ବେଣୁଧର ଜେନା, ବିଜେଡି ନେତା ବଳରାମ ସାହୁ, ଭାଜପା ନେତା ବିକାଶ ଚନ୍ଦ୍ର ଗିରି, ସରପଞ୍ଚ ସରୋଜ ପିଳା, ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରାସାଦ ଦାସ, ସମାଜସେବୀ ସୌମ୍ୟଦୀପ ଚକ୍ରବର୍ତ୍ତୀ, ମନୋଜ ସି, ପଞ୍ଚାନନ ପଣ୍ଡା, ଭାସ୍କର ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରି ଏହି ଅଭିଯାନକୁ ସମର୍ଥନ ଜଣାଇବା ସହିତ ଏହା ଏକ ଅଭିନବ କାର୍ଯ୍ୟକ୍ରମ ବୋଲି କହିଥିଲେ । ଯେପରି ଦିନକୁ ଦିନ ପରିବେଶ ପ୍ରଦୂଷିତ ହେଉଛି ଏବଂ ଜନସଂଖ୍ୟା ହୋ ହୋ ହୋଇ ବଢୁଛି ଏ ବିଷୟରେ ବ୍ୟାପକ ଜନ ସଚେତନ ଆବଶ୍ୟକ ରହିଛି । ବାଘାଯତିନ ସ୍ମୃତି କମିଟିର ଏପରି ସାଧୁ ଉଦ୍ୟମକୁ ସମସ୍ତେ ତାରିଫ କରିଛନ୍ତି । ବାଲିଆପାଳରୁ ଦିଲ୍ଲୀ ସାଇକେଲ ଯାତ୍ରା ଏହା ଏକ ସାଧାରଣ କଥା ନୁହେଁ ବୋଲି ଅତିଥି ମାନେ ଦୃଢୋକ୍ତି ପ୍ରକାଶ କରିଥିଲେ । ବାଘାଯତିନ ସ୍ମୃତି କମିଟିର ସଭାପତି ଅରବିନ୍ଦ ବେହେରା ଏହି ଯାତ୍ରା ଦୀର୍ଘ ୨୨ ରୁ ୨୫ ଦିନର ଯାତ୍ରା ବୋଲି କହୁଛନ୍ତି । ବାଟରେ ବିଭିନ୍ନ ରାଜ୍ୟଦେଇ ଦିଲ୍ଲୀରେ ପହଞ୍ôଚ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ବାର୍ତ୍ତା ଦେବାର ଅବକାଶ ରହିଥିବା କଥା ପ୍ରକାଶ କରିଥିଲେ । ଏହି ସାଇକେଲ ଯାତ୍ରାରେ କ୍ଷୀତିଶ କୁମାର ଜେନା, ମନ୍ମଥ ପାତ୍ର, ସଞ୍ଜୟ ପରିଡ଼ା, ନାରାୟଣ ପଣ୍ଡା, ଗଙ୍ଗାଧର ମହାନ୍ତି, ଜୟନ୍ତ ଜେନା, କୁମୁଦ ରଞ୍ଜନ ଜେନା, ସଞ୍ଜୟ ସେନାପତିଙ୍କ ସହିତ ବହୁ ସଦସ୍ୟ ସାମିଲ ହୋଇ ଦିଲ୍ଲୀ ଅଭିମୁଖେ ଆଗେଇ ଚାଲିଛନ୍ତି ।
