ବିଜେପିର ଜିଲ୍ଲା ସାଂଗଠନିକ ବୈଠକ ଅନୁଷ୍ଠିତ
ବାରିପଦା : ବିଜେପି ମୟୂରଭଞ୍ଜ (ପୂର୍ବ) ସାଂଗଠନିକ ଜିଲ୍ଲାର ଏକ ସାଂଗଠନିକ ବୈଠକ ବାରିପଦା ହେମଚନ୍ଦ୍ରପୁରସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଜେପି ରାଜ୍ୟ ଉପସଭାପତି ତଥା ଉଦଳା ବିଧାୟକ ଭାସ୍କର ମଢେଇ, ବିଧାୟକ ପ୍ରକାଶ ସୋରେନ ଓ ଡା. ବୁଢାନ ମୁର୍ମୁ, ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ ସହରାଂଚଳ କମିଟିର ସଂଯୋଜକ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଉଦଳା ପୌରପରିଷଦ ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରଂଜନ ମୋଦି ପ୍ରମୁଖ ଯୋଗଦେଇ ଆଗାମୀ ସେପ୍ଟମ୍ବର ଓ ଅକ୍ଟୋବର ଦୁଇ ମାସର ରାଜ୍ୟ ପ୍ରଦତ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଶକ୍ତିକେନ୍ଦ୍ର ଓ ବିଧାନସଭା ସ୍ତରୀୟ କର୍ମଶାଳା, ସେପ୍ଟମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆରମ୍ଭ ହୋଇ ସପ୍ତାହେ ଧରି ସେବା ପକ୍ଷ ପାଳନ, ସେପ୍ଟମ୍ବର ୨୫ ତାରିଖ ଦିନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀରେ ମନ କି ବାତ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ବୁଥରେ ପାଳନ କରିବା, ଅକ୍ଟୋବର ୨ରେ ଗାନ୍ଧୀଜୟନ୍ତୀ ପାଳନ କରିବା, ବୁଥ କମିଟି ଗଠନ,ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ, ସେପ୍ଟମ୍ବର ୨୯ ଓ ୩୦ରେ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରସାଦ ନଡ୍ଡାଙ୍କର ହେବାକୁଥିବା ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ବୁଥସ୍ତରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମୂହକୁ ପହଂଚାଇ ଅଧିକ ଜନ ସଚେତନତା ସୃଷ୍ଟିକରାଇବା ସହ ଲୋକମାନଙ୍କ ସମସ୍ୟା ସହିତ ଯୋଡି ହେବାକୁ କାର୍ଯ୍ୟକର୍ତା ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା । ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଇଂ.ବିଜୟ କୁମାର ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ମଂଚ ପରିଚାଳନା କରିଥିଲେ । ଅନ୍ୟତମ ସାଧାରଣ ସମ୍ପାଦକ ପ୍ରବୀଣ କୁମାର ପାତ୍ର ବୈଠକରେ ବୀବରଣୀ ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ବରିଷ୍ଠ ନେତ୍ରୀ ସୁମନ ସିଂ, ଜିଲ୍ଲା ଉପସଭାପତି ସୁନିଲ ଦାଶ, ପ୍ରଦୀପ କୁମାର ପରିଡ଼ା, ପ୍ରଦୀପ କୁମାର ମହାନ୍ତି, ଦୋଳଗୋବିନ୍ଦ ବେହେରା, ଜିଲ୍ଲା ସମ୍ପାଦକ କୁମାର ମଙ୍ଗଳମ, ମମତା ମଣ୍ଡଳ, ଟୁନାରାମ ଥୟାଲ, ଯୁବ ମୋର୍ଚ୍ଚା ସଭାପତି ଇଂ. ବଳରାମ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସରୋଜିନୀ କିସ୍କୁ, ଓବିସି ମୋର୍ଚ୍ଚା ସଭାପତି ବ୍ରଜମୋହନ ବେହେରା, କୃଷକ ମୋର୍ଚ୍ଚା ସଭାପତି ଶିରିଷ ଚନ୍ଦ୍ର ମହାନ୍ତ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରକାଶ ଅଗ୍ରୱାଲା, ୨୧ନଂ କାଉନସିଲର ଲକ୍ଷ୍ମୀଧର ହାବଡା, ୩ନଂ କାଉନସିଲର ରାଜ ଗୁପ୍ତାଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ମଣ୍ଡଳ ପ୍ରଭାରୀ ଓ ଜିଲ୍ଲା ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।
