ପ୍ଲାଜମା ଏକାଡ଼େମୀ ଅଫ୍ ସାଇନ୍ସ ପକ୍ଷରୁ ଗୁରୁଦିବସ
କଟକ : କଟକ ଚଣ୍ଡୀଛକ ସ୍ଥିତ ପ୍ଲାଜମା ଏକାଡ଼େମୀ ଅଫ ସାଇନ୍ସ ଆନୁକୂଲ୍ୟରେ ଗୁରୁଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମହାନ ଗୁରୁ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ଙ୍କ ଫଟୋଚିତ୍ରରେ ଏକାଡ଼େମୀର କର୍ମକର୍ତ୍ତା, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଶ୍ରଦ୍ଧାସୁମନ ଅର୍ପଣ କରି ଆଶୀର୍ବାଦ କାମନା କରିଥିଲେ । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ଶିକ୍ଷାବିତ ଶୁଭସ୍ମିତା ସାମଲଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ସଂଯୋଜିକା ରଶ୍ମିରେଖା ପରିଡ଼ା, ଏକାଡ଼େମୀର ଅଧ୍ୟାପନା ମଣ୍ଡଳୀ କେଦାରନାଥ ସାହାଣୀ, ଶୁଭ୍ରକାନ୍ତ ଷଡ଼ଙ୍ଗୀ, ଅରୁଣ କୁମାର ସାହୁ, ସାରଦା ପ୍ରସାଦ, ମନୋଜ ସାହୁ, ଭାଗ୍ୟଶ୍ରୀ ମହାନ୍ତି, ଜାଭେଦ ଇକବାଲ, ଫିରୋଜଉଦ୍ଦିନ କମର ପ୍ରମୁଖ ଉପସ୍ଥିତ ଥିଲେ ଓ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।
