ବେସନ ଦୋସା
ଆବଶ୍ୟକ ସାମଗ୍ରୀ :
ବେସନ, ଲୁଣ, ତେଲ, ଚାଟ ମସଲା, ଲଙ୍କା ପାଉଡର
ପ୍ରସ୍ତୁତି ପ୍ରଣାଳୀ :
ବେସନ ଦୋସା ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ବେସନ ନିଅନ୍ତୁ। ପରେ ଅନ୍ୟ ଏକ ପାତ୍ରରେ ଅଳ୍ପ ପାଣି ଆଣି ସେଥିରେ ବେସନ ପକାଇ ତାକୁ ଗୋଳାଇ ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ପରେ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗୋଳାନ୍ତୁ। ପରେ ଦୋସା ପାଇଁ ମସଲା ପ୍ରସ୍ତୁତ କରନ୍ତୁ।ଏହାପରେ ଗ୍ୟାସରେ ତାୱା ବସାଇ ଗରମ କରନ୍ତୁ। ତାୱା ଗରମ ହେବା ସେଥିରେ ଅଳ୍ପ ତେଲ ପକାଇ ଦିଅନ୍ତୁ। ପରେ ସେଥିରେ ଗୋଳାଇ ରଖିଥିବା ବେସନକୁ ପକାଇ ଦୋସା ଆକାରରେ ଗଢ଼ନ୍ତୁ। ସେଥିରେ ଦୋସା ପାଇଁ ତିଆରି କରିଥିବା ମସଲାକୁ ତା’ଉପରେ ପକାଇ ଦିଅନ୍ତୁ ଓ କିଛି ତେଲ ମଧ୍ୟ ତା’ ଉପରେ ପକାଇ ଦିଅନ୍ତୁ। କିଛି ସମୟ ପରେ ଏହାକୁ ତାୱାରୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବେସନ ଦୋସା। ଏହାକୁ ଆପଣ ଚଟଣୀ ଓ ସମ୍ବର ସହ ଖାଇ ପାରିବେ।
