ଉତ୍ତରଓଡ଼ିଶାର ବନ୍ଯା ମୁକାବିଲା ପାଇଁ ନୀଳଗିରି ବିଜେଡି ପକ୍ଷରୁ ୮ଟି ଗାଡିରେ ଶୁଖିଲା ଖାଦ୍ୟର ରିଲିଫ୍ ସାମଗ୍ରୀ ପହଞ୍ଚାଇଲେ
ନୀଳଗିରି : ବାଲେଶ୍ଵର ଜିଲ୍ଲା ସୁବର୍ଣ୍ଣରେଖା ନଦୀରେ ଉପୁଜିଥିବା ବନ୍ୟା ପ୍ରଭାବରେ ବସ୍ତା, ବାଲିଆପାଳ ତଳିଆ ଅଂଚଳରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ଅଣ୍ଟାଭିଡ଼ିଲା ନୀଳଗିରି ବିଜେଡି। କେହି ବି ଭୋକରେ ରହିବେ ନାହିଁ ଓ #Zero Casualty
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଉପରେ ଧ୍ୟାନ ଦେଇ ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର ଜେନାଙ୍କ ନିର୍ଦ୍ଦେଶରେ ନୀଳଗିରି ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ବନ୍ଯା ପ୍ରପୀଡିତଙ୍କ ନିମନ୍ତେ ଆବଶ୍ୟକ ରିଲିଫ ଯୋଗାଇଦେବା ଉଦେଶ୍ୟରେ ଚୁଡା, ଚିନି, ମୁଢି, ମିକ୍ସଚର, ବିସ୍କୁଟ, କ୍ୟାଣ୍ଡାଲ, ପାଣି ବୋତଲ ଇତ୍ୟାଦି ରିଲିଫ୍ ପ୍ଯାକେଟ୍ ପ୍ରସ୍ତୁତ କରାଯାଇ ବଣ୍ଟନ ପାଇଁ ସୋମବାର ପୂର୍ବାହ୍ନରେ ଏହି ରିଲିଫ୍ ପ୍ଯାକେଟ ଗୁଡିକୁ ନେଇ ୮ ଟି ଗାଡିରେ ନୀଳଗିରି ଅଞ୍ଚଳରୁ ବାହାରିଛି।

ଶ୍ରୀ ଖଟୁଆଙ୍କ ସହିତ ୧୩ ନମ୍ବର ଯୋନ ଜିଲ୍ଲାପରିଷଦ ପ୍ରାର୍ଥୀ ଗତିକୃଷ୍ଣ ନନ୍ଦ, ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ ଓ ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ନୀଳଗିରି ଅନୁସୂଚିତ ଜାତିର ସଭାପତି ଶରତ ଦାସ, ଉଦୟଜ୍ଯୋତି ମାହାନ୍ତି, ରାଯୁ ସ୍ବାଇଁ, ରମେଶ ବାଗ, ଧୀରେନ୍ଦ୍ର ଲେଙ୍କା, ଜିତେନ୍ଦ୍ର ରାଉତ୍ତ, ସୁମନ ଦାସ, ଅବିନାଶ ରାଉତ୍ତ ସହ ନୀଳଗିରି ଅଞ୍ଚଳର ବହୁ ବିଜେଡି ନେତା ଓ କର୍ମୀ ବନ୍ୟା ଘେରରେ ରହିଥିବା ଲୋକଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇଛନ୍ତି।
