ସକାଳୁ ଉଠିବା ପରେ ପ୍ରଥମେ ଚଟାଣରେ ପାଦ ରଖୁଛନ୍ତି କି ? କରନ୍ତୁ ନାହିଁ ଏଭଳି ଭୁଲ୍…ହୋଇପାରେ କ୍ଷତି
Woman stretching in bed after waking up
ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ କୁହାଯାଇଥାଏ କି, ପ୍ରାତଃ ସମୟର ପ୍ରାରମ୍ଭିକ ସମୟ ଭଲ ହେଲେ ପୁରା ଦିନଟି ଭଲରେ କଟିବ। ଦିନଟି କିଭଳି ଭଲରେ କଟୁ ସେଥିପାଇଁ ଲୋକମାନେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି। ମାତ୍ର ଶାସ୍ତ୍ରରେ ଏହା କୁହାଯାଇଛି କି, ସକାଳୁ ଉଠି ବିଛଣା ଛାଡ଼ିବା ପୂର୍ବରୁ ଏମିତି କିଛି କାମ ନିହାତି କରିବା ଜରୁରୀ ଯାହାଦ୍ବାରା ଆପଣଙ୍କୁ କିଛି ବି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ। ଜାଣନ୍ତୁ ସକାଳୁ ଉଠିବା ପରେ ଜମିରେ ପାଦ ରଖିବା ପୂର୍ବରୁ କି କି କାମ କରିବା ଆବଶ୍ୟକ।
ପ୍ରଥମେ ଧରିତ୍ରୀ ମାତାକୁ କ୍ଷମା ମାଗିବା ଦରକାର। କାରଣ ଭୂମିକୁ ଦେବୀ ମା ବୋଲି କୁହାଯାଇଥାଏ। ଏହି କାରଣରୁ ଯେତେବେଳେ ଆମେ ଧରିତ୍ରୀରେ ପାଦ ରଖିବାକୁ ଯାଉଛନ୍ତି ସେତେବେଳେ ଆମକୁ ବହୁତ ଦୋଷ ଲାଗିଥାଏ। ଏହି ଦୋଷକୁ ଦୂର କରିବା ପାଇଁ ଭୂମିକୁ କ୍ଷମା ମାଗିବା ଦରକାର। ଯାହାଦ୍ବାରା ଧରିତ୍ରୀ ମାତା ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ପୁରା ରକ୍ଷା କରିପାରିବେ। ଏହା ସହିତ ଧନଧାନ୍ୟରେ କୈାଣସି ପ୍ରକାର ଅଭାବ ଦେଖା ଦେଇନଥାଏ। ମାତା ପିତା ବି ଧରିତ୍ରୀରେ ପାଦ ରଖିବା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ସବୁବେଳେ ଭଲ ରୁହେ।
କିନ୍ତୁ ଏ କଥା ମନା ରଖିବା ଉଚିତ୍ ଯେ, ଯେତେବେଳେ ବିଛଣାରୁ ଉଠିବେ ସାଙ୍ଗେ ସାଙ୍ଗେ ଧରିତ୍ରୀରେ ପାଦ ରଖିବେ ନାହିଁ। କାରଣ ଶୋଇଥିବା ସମୟରେ ଚଦର କିମ୍ବା କମ୍ବଳ ଘୋଡ଼ାଇକି ଶୋଇଥିବେ। ଯାହାଦ୍ବାରା ପୁରା ଶରୀର ଗରମ ଥିବ। ଅନ୍ୟପକ୍ଷରେ ଚଟାଣ ଥଣ୍ଡା ଥିବ। ତେଣୁ ଗରମ ପାଦ ଥଣ୍ଡା ଚଟାଣ ଉପରେ ପଡ଼ିଲେ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଯିବ। ଏହାଦ୍ବାରା ଜ୍ବର କାଶ ହେବାର ସମ୍ଭାବନା ମଧ୍ୟ ରହିଛି। କିଛି ସମୟରେ ଖଟ ଉପରେ ବସିବା ପରେ ତଳକୁ ଓହ୍ଲାନ୍ତୁ। ଏହାଦ୍ବାରା ଶରୀର ମଧ୍ୟ ସୁସ୍ଥ ରହିବ।
