ହାଇ କୋଲେଷ୍ଟ୍ରଲ ସମସ୍ୟା ନେଇ ଚିନ୍ତିତ କି ? ଖାଦ୍ୟରେ ସାମିଲ କରନ୍ତୁ ଏହି ଡ୍ରାଏ ଫ୍ରୁଟ୍, ସର୍ବଦା ରହିବେ ଫିଟ୍
ଡ୍ରାଏ ଫ୍ରୁଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଆପଣ ଜାଣନ୍ତି କି ନିୟମିତ ଡ୍ରାଏ ଫ୍ରୁଟ୍ ଖାଇବା ଶରୀରରେ ଥିବା ବ୍ୟାଡ୍ କୋଲେଷ୍ଟ୍ରୋଲକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଅନେକ ଲୋକ ହାଇ କୋଲେଷ୍ଟ୍ରଲର ସମସ୍ୟା ହେତୁ ସମସ୍ୟାରେ ପଡ଼ନ୍ତି। ଏବେ ଆପଣଙ୍କୁ ବ୍ୟସ୍ତ ହେବାକୁ ପଡିବ ନାହିଁ କାରଣ ଆପଣ କିଛି ଡ୍ରାଏ ଫ୍ରୁଟ୍ ଖାଇ ଆପଣଙ୍କ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖିପାରିବେ। ଚାଲନ୍ତୁ ଜାଣିବା ସେଗୁଡିକ ବିଷୟରେ।
କାଜୁ :
କାଜୁ କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଅନେକ ଲୋକ ଭାବନ୍ତି କାଜୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ବଢିଥାଏ। କାଜୁ ପୋଷକ ତତ୍ତ୍ୱରେ ଭରପୂର ଥାଏ। ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ। କୋଲେଷ୍ଟ୍ରଲକୁ କମ୍ କରିବାରେ କାଜୁ ଅତ୍ୟନ୍ତ ସହାୟକ ହୋଇଥାଏ।
ଅଖରୋଟ :
ଅଖରୋଟକୁ ବ୍ରେନ୍ ଫୁଡ୍ ମଧ୍ୟ କୁହାଯାଏ। କାରଣ ଏହା ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଅଖରୋଟରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ଏଥିରେ ସୁସ୍ଥ ଫ୍ୟାଟ୍ ବି ଥାଏ। ଯଦି ଆପଣ ସକାଳେ ଖାଲି ପେଟରେ ଅଖରୋଟ୍ ଖାଆନ୍ତି, ତେବେ ଏହା ଆପଣଙ୍କ ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରିଥାଏ।
ପିସ୍ତା :
ପିସ୍ତା ଏକ ଉତ୍ତମ ଡ୍ରାଏ ଫ୍ରୁଟ୍। ଏହା ଶରୀରରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ସହିତ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ରହିଥାଏ। କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ପାଇଁ, ଆପଣ ପିସ୍ତା ଖାଇପାରିବେ।
