ବଉଳା କୁମ୍ଭୀର ମୃତଦେହ ଉଦ୍ଧାର
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଥାନା ଅରାଜି ଗ୍ରାମ ନିକଟରେ ଥିବା କାଣୀ ନଦୀରୁ ୮ ଫୁଟ୍ ଲମ୍ବା ବଉଳା କୁମ୍ଭୀର ମୃତଦେହ ଉଦ୍ଧାର ହୋଇଛି । କୁମ୍ଭୀରର ମୃତଦେହକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।
ମୃତ କୁମ୍ଭୀର ମରି ନଦୀ ପଠାରେ ଲାଗିଥିବା ବେଳେ ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହଁ । ପରେ ରାଜନଗର ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି କୁମ୍ଭୀରର ମୃତଦେହକୁ ଜବତ କରିଛି । ବ୍ୟବଚ୍ଛେଦ ପରେ ସଠିକ କାରଣ ଜଣାପଡିବ ବୋଲି ବନବିଭାଗ ସୂଚନା ଦେଇଛି l
