ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ହେବେ ବିଶ୍ୱବିଦ୍ୟାଳୟ କୁଳପତି, ବିଧେୟକ ପାରିତ
କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ସ୍ଥାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି କରିବାର ବିଧେୟକକୁ ପାରିତ କରାଯାଇଛି । ପଶ୍ଚିମବଙ୍ଗ ସରକାର ୩୧ଟି ରାଜ୍ୟ ସଞ୍ଚାଳିତ ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ କୁଳପତି କରିବା ଲାଗି ବିଧେୟକ ଉପସ୍ଥାପନ କରିଥିଲେ । ଅନ୍ୟପଟେ ବିରୋଧୀ ବିଜେପି ଏହି ବିଧେୟକକୁ ରୋକିବାକୁ ଭରପୂର ବିରୋଧ ପ୍ରଦର୍ଶନ କରିଥିଲା ।
ବିଧେୟକ ସପକ୍ଷରେ ୧୮୨ ଭୋଟ ଓ ବିରୋଧରେ ୪୦ ଭୋଟ ପଡ଼ିଥିଲା । ଏହାପରେ ବିଧାନସଭାରେ ବିଧେୟକକୁ ପାରିତ କରାଯାଇଥିଲା । ଏହି ସମୟରେ ପକ୍ଷ-ବିପକ୍ଷ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଦେଖିବାକୁ ମିଳିଥିଲା ।
