ବାରବାଟୀ ଟି-୨୦ : ମ୍ୟାଚ ପାଇଁ ୨ଟି ସ୍ୱତନ୍ତ୍ର ମୋ ବସ
କଟକ : ଆଜି ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ । ଏଥିପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଦର୍ଶକଙ୍କ ଯିବା ଆସିବା ସୁବିଧା ନିମନ୍ତେ ସ୍ୱତନ୍ତ୍ର ମୋ ବସ ବ୍ୟବସ୍ଥା କରାଯାଇଛି । ମ୍ୟାଚ୍ ପାଇଁ ୨ ଟି ସ୍ୱତନ୍ତ୍ର ରୁଟରେ ଭୁବନେଶ୍ୱରରୁ ବାରବାଟୀ ଚାଲିବ ମୋ ବସ୍ । ଗୋଟିଏ ରୁଟ୍ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ୍ ପହଞ୍ଚିବାବେଳେ ଅନ୍ୟଟି ବରମୁଣ୍ଡା ବସଷ୍ଟାଣ୍ଡରୁ ଭାୟା ପଟିଆ ଦେଇ ବାରବାଟୀ ଷ୍ଟାଡିୟମ୍ ପହଞ୍ଚିବ । ଏହି ସ୍ୱତନ୍ତ୍ର ସେବା ପାଇଁ ମୋ ବସର ଭଡ଼ା ୪୦ ଟଙ୍କା ରଖାଯାଇଛି ।
