ପୁଣି ଚର୍ଚ୍ଚାରେ କୋହଲି ! ପ୍ରଥମ କ୍ରିକେଟର ଭାବେ ‘ଇନ୍ଷ୍ଟାଗ୍ରାମ’ରେ ୨୦ କୋଟି ଫଲୋଅର୍ସ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ବିରାଟ କୋହଲି ସବୁବେଳେ ଚର୍ଚ୍ଚାରେ । କ୍ରିକେଟ ପଡ଼ିଆରୁ ବ୍ରେକ୍ ନେଇ କୋହଲି ଆରାମ କରୁଛନ୍ତି । କିନ୍ତୁ ଏହାରି ମଧ୍ୟରେ କୋହଲିଙ୍କ ପ୍ରଶଂସକମାନଙ୍କ ଉତ୍ସାହ କମ୍ ହୋଇନାହିଁ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଇନ୍ଷ୍ଟାଗ୍ରାମ’ରେ ବିରାଟ କୋହଲିଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କୋହଲି ଏହି ମାମଲାରେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି ।
ସେ ୨୦ କୋଟି ଇଷ୍ଟାଗ୍ରାମ ଫଲୋଅର୍ସ ଭାବେ ବିଶ୍ୱର ପ୍ରଥମ କ୍ରିକେଟର ହୋଇଛନ୍ତି । ଯଦି ସବୁ ଖେଳକୁ ଯୋଡ଼ିବା ତା’ହେଲେ ଶ୍ରେଷ୍ଠ ଫଲୋଅର୍ସ ଭାବେ କୋହଲି ୩ୟ ସ୍ଥାନରେ ଅଛନ୍ତି । ବିଶ୍ୱବ୍ୟାପୀ ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋ କରାଯାଇଥିବା ପୂର୍ତ୍ତଗାଲର ଷ୍ଟାର ଫୁଟବଲ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପରେ ଆର୍ଜେଣ୍ଟିନାର ଫୁଟବଲର ଲିୟୋନେଲ ମେସୀ । ରୋନାଲ୍ଡୋଙ୍କୁ ୪୫୧ ମିଲିୟନ ଓ ମେସୀଙ୍କ ୩୩୪ ମିଲିୟନ ଫଲୋଅର୍ସ ଅଛନ୍ତି ।
