ଫାଇନାଲ ହେବନି ଡିଲ୍! ଟ୍ୱିଟର ସହ ସମ୍ପର୍କ ତୁଟାଇବେ ଏଲନ ମସ୍କ
ନୂଆଦିଲ୍ଲୀ : ମାଇକ୍ରୋ ବ୍ଲଗିଂ ତଥା ସୋଶାଲ ନେଟୱର୍କିଂ ସେବା ପ୍ରଦାନକାରୀ ଟ୍ୱିଟର ସହ ସମ୍ପର୍କ ତୁଟାଇବେ ଏଲନ ମସ୍କ । ଗତ ମାର୍ଚ୍ଚ ମାସରେ ଟ୍ୱିଟରକୁ ନିଜ ଅକ୍ତିଆରକୁ ନେବାକୁ ଡିଲ କରିଥିବା ମସ୍କଙ୍କ ଏବେ ମୋହ ଭଙ୍ଗ ହୋଇଛି । ଏନେଇ ମସ୍କ ଚେତବାନୀ ଦେଇଛନ୍ତି । ମୁଖ୍ୟତଃ ଟ୍ୱିଟର ପକ୍ଷରୁ ସ୍ପାମ ଏବଂ ଫେକ ଅକାଉଂଟକୁ ନେଇ ତଥ୍ୟ ପ୍ରଦାନ କରାଯାଉ ନଥିବାରୁ ମସ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେଥିପାଇଁ ସେ ୪୪ ବିଲିଅନ୍ ଡଲାରରେ କରିଥିବା ଚୁକ୍ତିକୁ ବାତିଲ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏନେଇ ସେ ଟ୍ୱିଟରକୁ ଏକ ଚିଠି ଲେଖିଛନ୍ତି । ସେଥିରେ ଲେଖିଛନ୍ତି ଯେ, ଟ୍ୱିଟର ନିଜର ପ୍ରତିଶ୍ରୁତିକୁ ପାଳନ କରୁ ନାହିଁ । ଫେକ୍ ଆକାଉଂଟ ନେଇ ତଥ୍ୟ ଦେଉ ନାହିଁ । ତେଣୁ କମ୍ପାନୀ ସହ ହୋଇଥିବା ଚୁକ୍ତିକୁ ସେ ବାତିଲ କରିବେ ।
ଜ୍ୟାକ୍ ଡୋରସେ ଟ୍ୱିଟର ଛାଡ଼ିବା ପରେ ଗତବର୍ଷ ନଭେମ୍ବ?ର୍ରେ ଭାରତର ପରାଗ ଏହାର ସିଇଓ ହୋଇଥିଲେ । ପରେ ଏଲନ ମସ୍କ ଟ୍ୱିଟଟରର ସିଂହ ଭାଗ ଶେୟାର କିଣିଥିଲେ । ଏହାପରେ ସେ ପୂରା ଟ୍ୱିଟରକୁ କିଣିବା ପାଇଁ ୪୪ ବିଲିୟନର ଡିଲ କରିଥିଲେ । ସ୍ପାମ ଆକାଉଂଟର ତଥ୍ୟ ଦେଲେ ସେ ଡିଲ ଫାଇନାଲ କରିବେ ବୋଲି ସର୍ତ ରଖିଥିଲେ । ଟ୍ୱିଟରରେ ସ୍ପାମ ଆକାଉଂଟର ସଂଖ୍ୟା ୫ ପ୍ରତିଶତରୁ କମ୍ ନହେବା ପର୍ଯ୍ୟନ୍ତ ଡିଲକୁ ଆଗକୁ ନେବେ ନାହିଁ ବୋଲି ଏଲନ୍ ମସ୍କ କହିଥିଲେ । ଆନ୍ତର୍ଜାତୀୟ ସେୟାର ବଜାରରେ ଟ୍ୱିଟରର ସେୟାର ୨୦ ପ୍ରତିଶତ ହ୍ରାସ ପାଇଛି । ଟ୍ୱିଟରରୁ ସ୍ପାମ ଭଳି ସମସ୍ୟା ଦୂର କରିବା ଲକ୍ଷ୍ୟ ରଖିଥିଲେ ମସ୍କ । ହେଲେ ଡିଲ୍ ଫାଇନାଲ୍ ଷ୍ଟେଜରେ ପହଂଚିଥିଲେ ବି ଏହା ହୋଇପାରିନଥିବାରୁ ଶେଷ ମୁହୂର୍ତରେ ଏହାକୁ ସ୍ଥଗିତ ରଖାଯାଇ ଥିଲା । ଗତ ମାର୍ଚ୍ଚ ମାସରେ ଶେଷ ସପ୍ତାହରେ ଡିଲ୍ ଫାଇନାଲ୍ ହୋଇଥିଲା ବୋଲି ନିଜେ ମସ୍କ ଘୋଷଣା କରିଥିଲେ ।
