ପୂର୍ଵତନ କର୍ପୋରେଟର ନାମରେ ଦୁଷ୍କର୍ମ ଅଭିଯୋଗ
ଭୁବନେଶ୍ୱର : ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଭରତପୁର ଥାନାରେ ହୋଇଛି ଅଭିଯୋଗ। ପୂର୍ବତନ କର୍ପୋରେଟର କାର୍ତିକ ସୁନ୍ଦରରାୟଙ୍କ ନାମରେ ଅଭିଯୋଗ। ଭରତପୁର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କଲା ପୋଲିସ। ଆଇପିସି ଧାରା ୩୭୬ ଓ ପୋକ୍ସ ଆକ୍ଟ ରେ ମାମଲା ରୁଜୁ ହୋଇଛି । ନାବାଳିକାଙ୍କ ୧୬୧ ଧାରା ରେ ବୟାନ ରେକର୍ଡ କରିଛି ପୋଲିସ ।
କମ୍ପ୍ୟୁଟର ରେ ନାମ ଲେଖାଇବା ସହ ଆଇଫୋନ କିଣିବାର ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ। ଭୁବନେଶ୍ୱର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ଘଟଣାରେ ହସ୍ତକ୍ଷେପ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଅଭିଯୁକ୍ତ କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସକୁ ନିର୍ଦେଶ। ନାବାଳିକାଙ୍କୁ ଆୟୋଗ ପକ୍ଷରୁ କାଉସେଲିଂ କରାଯାଇଛି। ଡିସିପି ସିପି ଙ୍କୁ ନବଳିକାର ସୁରକ୍ଷା ଦାଇତ୍ୱ ଦିଆଯାଇଛି। କାଉସିଲିଂ ବେଳେ ବିଦେଶରେ ପାଠ ପଢାଇବା ଓ ମୋବାଇଲ ଦେବାକୁ ଲୋଭ ଦେଖାଇ ଦୁଷ୍କର୍ମ ନେଇ ବୟାନ ବେଳେ ପିଡ଼ିତା କହିଛନ୍ତି। ସହାୟତା ଦେଖାଇ ଫାଇଦା ଉଠାଇଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଂଧ୍ୟାବତୀ ପ୍ରଧାନ ଙ୍କ ସୂଚନା ଅନୁସାରେ କର୍ପୋରେଟର ଜଣକ ପୂର୍ବରୁ ବିଜେଡି ଏବଂ ପରେ ବିଜେପିର ନେତା ଥିବା ଜଣା ପଡ଼ିଛି।
