ହଲିଉଡରେ ଡେବ୍ୟୁ କରିବେ କି କଙ୍ଗନା ରଣାୱତ ? ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ
ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ‘ଧାକଡ୍’ର ଟିଜର ଓ ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ପ୍ରମୋଶନ ପାଇଁ ‘ଦି କପିଲ ଶର୍ମା’ ଶୋ’ରେ ପହଞ୍ଚିଥିଲେ କଙ୍ଗନା । ସେଠାରେ କଙ୍ଗନାଙ୍କୁ ହଲିଉଡରେ ଡେବ୍ୟୁ କରିବା ବିଷୟରେ ପଚରାଯାଇଥିଲା । ଏହାପରେ ଅଭିନେତ୍ରୀ ନିଜର ମତାମତ ରଖିଛନ୍ତି । ଅଭିନେତ୍ରୀ କହିଛନ୍ତିଯେ, ମୋର କୁଆଡେ ଯିବାର ଆବଶ୍ୟକତା ନାହିଁ । ଯେହେତୁ ଆମ ବଲିଉଡରେ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି । ସେମିତି ବି ‘ଧାକଡ୍’ରେ ଅଧିକାଂଶ କର୍ମଚାରୀ ବିଦେଶୀ ଥିଲେ ।\
ସେଠାରେ କାମ କରୁଥିବା ପ୍ରାୟ ସମସ୍ତ ଲୋକେ ବଲିଉଡକୁ ଆସୁଛନ୍ତି । ଆମ କାମ ଦେଖିବା ପରେ ପ୍ରଶଂସା କରୁଛନ୍ତି । ଆମେ ଏବେ ଆନ୍ତର୍ଜାତୀୟ ସ୍ତରରେ ଫିଲ୍ମ କରୁଛୁ । ପୁରା ବିଶ୍ୱ ଏବେ ମିଶ୍ରିତ ବଜାର ସଦୃଶ ହୋଇଛି । ବାହାରର ଲୋକ ବହୁତ ଅଛନ୍ତି । କିନ୍ତୁ ୮୦% ଆମ ନିଜ ପ୍ରତିଭା ରହୁଛି । ସେଥିପାଇଁ ମୋତେ କୁଆଡେ ଯିବାର ଆବଶ୍ୟକତା ନାହିଁ । ଏହି ବାର୍ତ୍ତାଳାପର ଏକ ଛୋଟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
