ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର
ପୋଲିସ କାର୍ଯ୍ୟକଳାପକୁ ବିରୋଧ କରି ମାଓବାଦୀଙ୍କ ବନ୍ଦ ଡାକରା
ନବରଙ୍ଗପୁର : ନବରଙ୍ଗପୁରର ଜିଲା ରାଇଘର ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ରାଇଘର ବ୍ଲକ କୁରାବେଡ଼ାରେ ଲିଫ୍ ଲେଟ୍, ଯୋଡିଙ୍ଗା ଏବଂ ହାତୀ ଗାଁ ରାସ୍ତା କଡ ରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିବା ସହ ସରକାରୀ ନୀତି ନିୟମକୁ ବିରୋଧ ପାଇଁ ଚେତାବନୀ ଦେଇଛନ୍ତି ।
ଓଡିଶା ଓ ଛତିଶଗଡ଼ ସୀମାନ୍ତ ରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି ଲାଲ ବାହିନୀ । ଜଙ୍ଗଲ କାଟିବାକୁ ନେଇ ବିରୋଧ କରିବାକୁ ପୋଷ୍ଟରରେ ଲେଖା ଯାଇଛି । ଏହାସହ ନବ ନିର୍ବାଚିତ ସରପଞ୍ଚ, ୱାର୍ଡ ମେମ୍ବର ଓ ଗ୍ରାମବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ଆଖପାଖ ଅଞ୍ଚଳରେ ଛାନଭିନ ଜାରି ରଖିଛି l ପୋଲିସ କାର୍ଯ୍ୟକଳାପକୁ ବିରୋଧ କରି ଓଡିଶା ଓ ପୂର୍ଵ ଛତିଶଗଡ଼ ଅଞ୍ଚଳରେ ବନ୍ଦ ପାଳନ କରୁଛନ୍ତି ମାଓବାଦୀ l
