ଜାତୀୟ ଭଲିବଲ ପ୍ରତିଯୋଗିତା; ୨୪ ଜଣିଆ ଓଡ଼ିଶା ଦଳ ଘୋଷଣା
ଭୁବନେଶ୍ବର : ମହାରାଷ୍ଟ୍ରର ସାଙ୍ଗଲି ସ୍ଥିତ ଇସ୍ଲାମପୁର ଠାରେ ୨୪ତମ ଜାତୀୟ ଭଲିବଲ ପ୍ରତିଯୋଗିତା ଆସନ୍ତା ମଇ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିପାଇଁ ଓଡ଼ିଶା ଦଳ ବଛାଯାଇଛି। କିଟ୍ ବିଶ୍ବବିଦ୍ୟାଳୟରେ ଆୟୋଜିତ ପ୍ରଶିକ୍ଷଣ ଶିବିର ଶେଷରେ ମୋଟ ୨୪ ଜଣ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଉଭୟ ବାଳକ ଓ ବାଳିକା ଦଳରେ ୧୨ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଥିଲା ବେଳେ ୪ ଜଣ ଅଧିକାରୀଙ୍କୁ ମନୋନୀତ କରାଯାଇଛି।
ବାଳକ ଦଳ: ସମୀର ରଞ୍ଜନ ପାଲ (ଅଧିନାୟକ), ରାଜୁ ପଟ୍ଟନାୟକ, ଅମିତ ପରିଡ଼ା, ଶ୍ରୀତମ ବେହେରା, ସୁବ୍ରତ ବେହେରା, ଗୋବିନ୍ଦ ପ୍ରସାଦ ବାରିକ୍, ଆକାଶ ପାତ୍ର, ସୁନିଲ କୁମାର ଧଳ, ବିକେ ସାହୁ, ଶକ୍ତିରଞ୍ଜନ ମଲ୍ଲିକ, ସୁଇଫ୍ ଖାନ୍, ଦେବାଶିଷ ପୃଷ୍ଟି। ମୁଖ୍ୟ ପ୍ରଶିକ୍ଷକ: ଆଶୁତୋଷ ପାତ୍ର, ସହକାରୀ ପ୍ରବନ୍ଧକ: ନାରାୟଣ ସାହୁ।
ବାଳିକା ଦଳ: ପାର୍ବତୀ ଗଦ୍ବା (ଅଧିନାୟିକା), ରୋଜାଲିନ ଆନ୍ଦିଆ, ରୁଚିସ୍ମିତା ସାହୁ, ମନୋରମା ବେହେରା, ସୁଚିସ୍ମିତା ଦିଣ୍ଡା, ବି ଅନିଷା, ସରୋଜିନୀ ସାମଲ, ରିଙ୍କି କୀର୍ଷାନି, ପାୟଲ କାଣ୍ଡି, ଲକ୍ଷ୍ମିପ୍ରୀୟା ରାଉତ, ସୃଷ୍ଠି ଥାପା, ଲିପ୍ସାରାଣୀ ମିଶ୍ର। ମୁଖ୍ୟ ପ୍ରଶିକ୍ଷକ: ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରବନ୍ଧକ: ଦିୟା ମଜୁମଦାର ।
