ଦେଶରେ ଆରମ୍ଭ ହୋଇସାରିଛି କି କରୋନାର ଚତୁର୍ଥ ଲହର ? ସର୍ଭେରୁ ଆସିଲା ଏହି ରିପୋର୍ଟ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଅନେକ ରାଜ୍ୟ କରୋନା ଗାଇଡଲାଇନକୁ କଡ଼ାକଡ଼ି କରିବା ଆରମ୍ଭ କରିଦେଲେଣି । ଏହାରି ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି ।
କରୋନାର ଚତୁର୍ଥ ଲହରକୁ ନେଇ ସାମାଜିକ ଗଣମାଧ୍ୟମ ପ୍ଲାର୍ଟଫର୍ମ ଲୋକାଲ ସର୍କିଲ ଦ୍ୱାରା ଏକ ସର୍ଭେ କରାଯାଇଥିଲା । ଯେଉଁ ସର୍ଭେ ଅନୁଯାୟୀ ଦେଶରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇସାରିଛି । ଦେଶରେ ୩୪% ଲୋକଙ୍କ କହିବା ଅନୁଯାୟୀ ଦେଶରେ କରୋନାର ଚତୁର୍ଥ ଲହର ଏପ୍ରିଲରୁ ଆରମ୍ଭ ହୋଇସାରିଛି । ବାକି ୬୬ % ଭାରତୀୟମାନେ କହିଛନ୍ତି ଚତୁର୍ଥ ଲହର ଆସିବା ପାଇଁ ସମୟ ଅଛି । ଦେଶର ୩୪୧ଟି ଜିଲ୍ଲାର ମୋଟ ୩୬ ହଜାର ଲୋକଙ୍କ ପ୍ରତିକ୍ରୀୟା ନିଆଯାଇଥିଲା । ୩୪% ଭାରତୀୟ ସ୍ୱୀକାର କରିଛନ୍ତିଯେ, କରୋନାର ଚତୁର୍ଥ ଲହର ଆସିସାରିଛି ।
